STORYMIRROR

Jyostna mishra

Others

4  

Jyostna mishra

Others

ପ୍ରଶ୍ନ ଓ ପ୍ରେମ

ପ୍ରଶ୍ନ ଓ ପ୍ରେମ

1 min
342


ପରିବର୍ତ୍ତନ, ଉତ୍ଥାନ ପରେ ପତନ

ଏହି ତ ସୃଷ୍ଟି ସ୍ରଷ୍ଟାଙ୍କ ବିଚିତ୍ର ରହସ୍ୟ 

ତା ସହିତ ପାଦ ମିଳାଇ ଚାଲିବାକୁ ହେବ

ସମୟ ହେଉଛି ଉତ୍ତର।

ପ୍ରଶ୍ନ ଉଠେ ତାର ପ୍ରତିଟି ସେକେଣ୍ଡ କଣ୍ଟା ର 

ଟିକ୍ ଟିକ ଶଦ୍ଦ ରେ।

ସମୟ ସହିତ ମଣିଷ ଚାଲିବାବେଳେ

ପ୍ରେମ ହେଇଯାଏ ବେଳେ ବେଳେ

ଜୀବନ ସୌନ୍ଦର୍ଯ୍ୟ

ପରିପୂର୍ଣ୍ଣ ଭରା ଅଳଙ୍କାରରେ

ସହନଶୀଳତା, ସରଳତା ଆଉ

ନମ୍ରତା ଭିତରେ। 

ସଂମ୍ପର୍କ ହୃଦୟର ଆଉ ପ୍ରଶ୍ନ ଉଠେ ପ୍ରେମର

ଅପୂର୍ବ ଆଖିରେ କୋଟିଏ ରାତିର

ଶୃଙ୍ଗାର ପୁଣି ଅଭିସାର

ଓଠରେ ଥାଏ ମିଠା ଅମୃତ ଝର।

ପ୍ରଶ୍ନ ତୁମର

ଘାସ ଫୁଲରୁ କାକର ଛାଡିବାଯାଏଁ

ଜମା ସରେନି ।    

ରୋମାଞ୍ଚ ! ତା ମଧ୍ୟ ଭଲ ଲାଗେ ନି

ଦେହରେ ଲାଗେନି କମ୍ପନ

ଆଲିଙ୍ଗନେ ନଥାଇ

ଶୀତ ରାତିର ପ୍ରୀତି ଖୋଜେ ପ୍ରେମ

ଏଇତ ଜୀବନ ।


Rate this content
Log in