ସମ୍ପର୍କର ଶେଷ ପ୍ରଶ୍ନ
ସମ୍ପର୍କର ଶେଷ ପ୍ରଶ୍ନ
ସମ୍ପର୍କରେ ପ୍ରଶ୍ନ
ନିଜକୁ ପଚାରେନି କେହି,
ପୁଣି ପ୍ରଶ୍ନ କଣ କେବେ ଶେଷ ହୁଏ
ସବୁ ସମ୍ପର୍କ ଅଜାଣତେ ଗଢିଉଠେ ,
ଭାଙ୍ଗି ଗଲେ ପ୍ରଶ୍ନ ଉଠେ ,
ବୋଧହୁଏ ସେଇଟା ହିଁ ଶେଷ ପ୍ରଶ୍ନ ଥାଏ ।
ସମ୍ପର୍କ ଏକ ଡାଏରୀ ,
ଶେଷ ପୃଷ୍ଠା ଲେଖା ହେଲେ ବି
ସମ୍ପର୍କ ସରେନି,
ସମ୍ପର୍କ ତ ରଫ୍ ଖାତା ଭଳି
ସବୁ ପୃଷ୍ଠାରେ ମିଶା ଗୋଳା
ଫେଣ୍ଟା ଫେଣ୍ଟି ଅନେକ ଅତୀତ ,
ବିଶ୍ୱାସରେ ଅଟକି ଥାଏ ସମ୍ପର୍କ ,
ପ୍ରଶ୍ନ ଉଠିଲେ ସମ୍ପର୍କ ଦୋହଲି ଯାଏ ।
ଫୁଲ ପତ୍ର ଡାଳ ସହ ଗଛର ସମ୍ପର୍କ
କାକର ବିନ୍ଦୁ ସହ ଘାସର ସମ୍ପର୍କ
ଋତୁଆସିଲେ କଅଁଳିଆ ପତ୍ର ଭିତରେ
ଗଛ ସହ ପତ୍ର ର ନୂଆ ନୂଆ ଭାବ,
ଖରାହେଲେ କାକରବିନ୍ଦୁ ନଥାଏ ,
ହେଲେ ଡାଳ ଭାଙ୍ଗି ଗଲେ
ପତ୍ର ଝଡିପଡେ ,ଏକ ଶୂନ୍ୟତାକୁ ଆବୋରୀ
ପତ୍ରସବୁର ସମ୍ପର୍କ
ଶେଷ ହୁଏ ,
ପତ୍ର ପଚାରେ ଶେଷ ପ୍ରଶ୍ନ
"ଭୂଲ୍ କାହାର" ।
