STORYMIRROR

Jyostna mishra

Others

3  

Jyostna mishra

Others

କେବେ ପଚାରିନଥିବା ପ୍ରଶ୍ନ

କେବେ ପଚାରିନଥିବା ପ୍ରଶ୍ନ

1 min
133


ମନରେ 

ଏବେବି ବହୁତ ପ୍ରଶ୍ନ ଉଠେ 

କିଛି ବିସ୍ମୃତ ହେଲେବି 

କେଉଁଠି ନା କେଉଁଠି

ବସା ବାନ୍ଧି ରହିଯାଏ ପ୍ରଶ୍ନ ସବୁ

ଉତ୍ତର ପାଇବାର ଆଶା 

ଥାଏ କି ନାହିଁ ଜଣାନାହିଁ ।


ଆଜି ପଚାରି ପାରିବି କି

ସେଇ ପ୍ରଶ୍ନ :

କେବେ ପଚାରି ନଥିବା ପ୍ରଶ୍ନ ତୁମକୁ?

ତୁମେ ସତରେ ମୋ ପାଖରେ

ମୋ ସାଥିରେ ରହିବାର 

ମନସ୍ଥ କରିଥିଲ ,

ତାକୁ ଭୂଲିଗଲ 

କେବେ ଆଉ କାହିଁକି ?

ମୋ ଭିତରେ ତ ଅସୀମିତ ପ୍ରଶ୍ନ,

ମୋ ହୃଦୟର ସ୍ପନ୍ଦନ 

ବନ୍ଦ ହେବା ପୂର୍ବରୁ 

ତୁମେ ମୋତେ

କଥା ଦେଇଥିଲ ମୋ ପାଖରେ ଥିବା ଯାଏଁ

ବର୍ଷା ରେ ଭିଜୁଥିବା,

ତନୁମନ ଉଲ୍ଲସିତ ହେବା ଯାଏଁ,...

ମୁଁ ଏବେ ବି ଭାବୁଛି

ପ୍ରତିଦିନ ପ୍ରତି ଘଣ୍ଟା ...

ତୁମକୁ ପଚାରିବା ପ୍ରଶ୍ନ ,

ମୋ ଭିତରେ

ନିଦ ହଜେଇଦେଇ ତୁମକୁ ତ 

ଶାନ୍ତି ଦେବାରେ ହେଳାତ କରୁନି ?

ଆଜି କାଲି ସମୟର ଅଭାବ,

ମନରେ ଭାବର ଅଭାବ,

କୌଣସି ଅବିଶ୍ୱାସ ନାହିଁ

 ମୋଠୁ

ଦୂରେଇ ଯିବାରେ

 ମୋ ପଚାରିନଥିବା ପ୍ରଶ୍ନ ରେ 

କିଛି ପଶ୍ଚାତାପ କି ଫେରିବାର

ପ୍ରତିଶ୍ରୁତି ର ଆଶା ବି ତ ନାହିଁ

ତଥାପି ଉତ୍ତର ପାଇବାର ଆଶା

ମୁଁ ରଖିନି,

କେବେ ପଚାରିନଥିବା ପ୍ରଶ୍ନ

ସବୁକଣ ପଚାରିହୁଏ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍