ତମ ପ୍ରଶ୍ନ ରେ ନିରୁତ୍ତର
ତମ ପ୍ରଶ୍ନ ରେ ନିରୁତ୍ତର
1 min
226
ଅବଶ ଆଖିରେ ଅନେକ କଥା ଯେ
ଉତ୍ତର ମିଳେନି ମତେ
କେମିତି କହିବି କି ଉତ୍ତର ଦେବି
ନିରୁତ୍ତର ହେଲି ସତେ ।
ତୁମ ପ୍ରଶ୍ନ ବାଣ ଅତୀବ କଠୋର
ଜ୍ଞାନ ଘର ମୋର ଶୂନ୍ୟ
ଆଜି ବି କହୁଛି ବିଚାର ଆମର
ନଥିଲା ସତରେ ଅନ୍ୟ ।
ଜୀବନର ପ୍ରଶ୍ନ ଏଯାଏଁ ସରିନି
ଶୂନ୍ୟ ସ୍ଥାନ ଅଛି ମନେ
ସମାଧାନ ନାହିଁ ଯୁଗଯୁଗଧରି
କରୁଣା ଅଛି ସପନେ !
ତୁମ ଆଖିର ସେ ଅନେକ ଇସାରା
ସ୍ମୃତି ହୋଇ ରହିଗଲା,
ତଥାପି ଜାଣିକି ପ୍ରଶ୍ନ ଉଠେଇନ
ମନ ତୁମ ଭରିଗଲା ।
ମନକୁ ଲୁଚାଇ ସପନ ଚୋରାଇ
ଆଖି କିଆଁ ଓଦାକର
ଭୂଲିଯାଅ ପ୍ରଶ୍ନ ,ପଚାରିବ କିଛି
ରହିବି ମୁଁ ନିରୁତ୍ତର ।
