STORYMIRROR

Jyostna mishra

Others

4  

Jyostna mishra

Others

ପ୍ରଶ୍ନ ନଥିବା ସମ୍ପର୍କ

ପ୍ରଶ୍ନ ନଥିବା ସମ୍ପର୍କ

1 min
268


ଏମିତି କେମିତି ସେ ସମ୍ପର୍କ

କେବେ ବୁଝି ହୁଏନି

ଆଉ ନବୁଝିପାରିବା ପାଇଁ

କିଛି ପ୍ରଶ୍ନ ନଥାଏ ।

ଏମିତି ବୁଝାମଣା ପତ୍ର ରେ

ସମ୍ପର୍କ ତିଆରି, 

ମନ ଖିଆଲି ହୋଇଯାଏ

ଭୂଲିଗଲ କହିହୁଏନାହିଁ,

ଅବୁଝା ମନକୁ ବୁଝେଇପାରିବା

ଅବିରତ ସମସ୍ୟା ରେ ରହେ

କିନ୍ତୁ ପ୍ରଶ୍ନ କିଛି ନଥାଏ ।

ସମ୍ପର୍କ ତ ଏକ ମୋହ ,

ଏକ ଆଲୋଡନ ,

ଅବୁଝା ମଣାରେ ଜଳିଯାଏ,

ସୁଦୃଢ ନଥିଲେ ଛିଣ୍ଡି ଯାଏ,

ଅମୂଲ୍ୟ ବନ୍ଧନ ବୁଝିଗଲେ ଥରେ

ହୃଦୟରେ ଚୀରଦିନ ରହେ ,

ଗୋଟିଏ ଫଗୁଣ ରେ ଜୀବନ ସରେନି,

ଗୋଟିଏ ବସନ୍ତ ରେ ଗଛ ବଦଳେନି

ଋତୁ ମାନେ ଫେରନ୍ତି ,

ନୂଆ ଆଶା ଆଲୋକରେ

ସବୁଦିନ ସମାନ ରହେନି

ପ୍ରଶ୍ନ ବି ଉଠେନି,

ସମ୍ପର୍କରେ ସବୁ 

ଅଭିମାନ ମିଳେଇଯାଏ,

ରାତି ପାହି ସକାଳ ହୁଏ,

ଲୁଚକାଳି ,ହାରଜିତ୍

ପ୍ରେମରେ ଜୀବନ,

ଛାତି ରେ ଲେଖା ହେବା ସ୍ମୃତି

ସବୁ କିଛି ପ୍ରଶ୍ନ ନଥିବା ସମ୍ପର୍କରେ ମିଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍