ଅଡ଼ୁଆ ପ୍ରଶ୍ନ
ଅଡ଼ୁଆ ପ୍ରଶ୍ନ
ଏକ ଅଡୁଆ ପ୍ରଶ୍ନ ସତେ,
କାହିଁକି ଏତେ ଭଲ ପାଇବା!
ବିଧାତା ଟାଣିଛି ଗାର
କିଛି ମନରେ କିଛି ବିଚାର ରେ
ପ୍ରଶ୍ନ ଥାଏ ଅନେକ।
ଦର୍ପଣରେ ମୁହଁ ଦେଖିଲା ପରେ
ସୁନ୍ଦର ଅବୟବ ସହ
ଓଠ ଧାରେ ଫାଳିକିଆ ହସ
କରେ ଆନମନା।
ଇଛା ହୁଏ ପଚାରିବାକୁ
ନୀଳ ଆକାଶର ବୁକୁ ତଳେ,
ସହରଟା ମୃଗୁଣୀର ମାୟା ଭଳି ଲାଗେ
ରାତ୍ରି ର ନିରୋଳା ମୂହୂର୍ତ୍ତରେ
ସହରଟା ନିସ୍ତେଜ ରେ ଶୋଇଗଲେ
ପ୍ରେମ ଲାଗେ ମୃଗତୃଷ୍ଣା ,
ସତେ ଏକ
ରଙ୍ଗୀନ ଭ୍ରମ ,ଅନୁଭବ ର ବାସ୍ନା;
ବାସ୍ ଓହରି ଯାଏ ପଚାରିବାକୁ
ଏକ ଅଡୁଆ ପ୍ରଶ୍ନ ।।
ଆସନ୍ତନି ଥରେ
ନିଦୁଆ ଆଖିରେ ନକଲି ଜହ୍ନ ରାତିରେ
ପ୍ରୀତି ବରଷାରେ,
ଲୁହଭିଜା ମାଟିରେ ସ୍ବାକ୍ଷର ନେଇ
ସେଇ ଅଡ଼ୁଆ ପ୍ରଶ୍ନର ଉତ୍ତର ନେଇ!!
ଅବାସ୍ତବ ସ୍ବପ୍ନରେ
ବୁଡି ଗଲେ ,
ମିଛ ଆଶାରେ,
ରାତିଟା ପାହି ଯାଏ
ସ୍ବୀକାର କରି ସତକୁ,
ମିଛ ସବୁ ସତ୍ତା ହରାଏ,
ରୁଦ୍ଧ କୋଠରୀରେ
ମୁଁ ଥାଏ
ଏକା ଏକା,
ସମଗ୍ର ପୃଥିବୀ ଥାଏ ଚଳଚଞ୍ଚଳ
ମୁଁ ନିମଗ୍ନ ରହେ କିଛି
ଅଡ଼ୁଆ ପ୍ରଶ୍ନ ର ଜାଲରେ ।।
