STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ସ୍ବପ୍ନ

ସ୍ବପ୍ନ

1 min
124


ଚେଇଁ ଶୋଇକରି ସ୍ବପ୍ନ ଦେଖୁଅଛି

ଖାଉଛି ଅମୃତ ଧରି

ଗଜ ପଲଙ୍କରେ ସ୍ବପ୍ନର କାହାଣୀ

ମନକୁ ଆସୁଛି ଝରି।


ରମ୍ଭା ମେନକାଙ୍କ କୋଳରେ ବସିକି

ପିଉଛି ରସରୁ ଢୋକେ

ଯେମିତି ଭ୍ରମର ଫୁଲ ପାଖୁଡା଼ରୁ 

ପିଇଥାଏ ଶୋଷେ ଭୋକେ।


ଶାସକ ହୋଇକି ଶାସନ କରୁଛି

ଦେଶର ପ୍ରଜାମାନଙ୍କୁ

ବୈଜ୍ଞାନିକ ହୋଇ ମଙ୍ଗଳ ଗ୍ରହରେ

ଭ୍ରମଣ ଆଜିକାଲିକୁ।


ପୃଥିବୀ ପ୍ରସିଦ୍ଧ ଖେଳୱାଡ଼ ମୁହିଁ

ଖେଳରେ ପ୍ରଶଂସା କେତେ

ପୋତି ପଡୁଅଛି ଯେମିତି ବର୍ଷାରେ

ନଦୀ କି ଗଡି଼ଆ ହିତେ?


ଭାବ ଅବା ଭାଷା କବିତାରେ ନାହିଁ

ପୁରସ୍କାର ଏ ନୋବେଲ

ହାତେଇ ଚାଲିଛି ସମ୍ବର୍ଦ୍ଧନା କେତେ

ପାଇ କରୁଅଛି ଗେଲ।


ସମୁଦ୍ରେ ବୁଡୁଛି ଆକାଶେ ଉଡୁଛି

ଯେମିତି ମୀନ କି ଖଗ

ମୋର ପରି କିଏ ସଂସାରରେ ଅଛ

କହି ପାରିବ କି ଆଗ ?


ଦୁଃଖୀ ରଙ୍କିଙ୍କର ବନ୍ଧୁଟିଏ ମୁହିଁ

ବାଣ୍ଟୁଛି ବଞ୍ଚିବା ପାଇଁ

ଖାଦ୍ଯ,ବସ୍ତ୍ର ଆଉ ବାସଗୃହ ଦେଇ

ମୁଖରେ ହସ ଖେଳାଇ।


ସ୍ବପ୍ନରେ ଏ ସବୁ ଦେଖିଥାଏ ଆଜ୍ଞା

ଚେଇଁକି ଶୋଇଲେ ଖଟେ

ପୋଡି଼ ଜଳୁଥାଉ ଭୋକରେ ଏ ଦେହ

ନ ପାଇ ଖାଇବା ପେଟେ?


ଏମିତି ସ୍ବପ୍ନକୁ ଦେଖିଲେ କି ଲାଭ

କର୍ମର ପଥେ ନ ଗଲେ

ମୋର ପରି କେହି ନୀଚ୍ଚତାର ସ୍ବପ୍ନ

ଦେଖନି ଜୀବନ କାଳେ।


ସ୍ବପ୍ନ ଦେଖି ଯଦି କର୍ମ କରିଯିବ

ଭୋକିଲା ହେବନି ମୋଟେ

ନ ହେଲେ ଭାଇରେ ଜାଣିଥାଅ ତୁମେ

ମୋ ପରି ମରିବ ଖଟେ।


        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract