STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ଆତଙ୍କର ମହାଦ୍ରୁମ

ଆତଙ୍କର ମହାଦ୍ରୁମ

1 min
166


ତୁମେ ତ କହିଲ ଶାସ୍ତ୍ରରେ

ବୀର ଭୋଗ୍ଯା ବସୁନ୍ଧରା

ଏଇଟା କାଳେ ଯୁଗଧର୍ମ

ଅନାଦି କାଳର ରୀତି!

ହେଲେ ଏଠି ବୀର କିଏ?

କାହାର ଛତ୍ରଛାୟା ତଳେ

ଆଶ୍ରିତା ଏଇ ସସାଗରାଧରା?


କ୍ରୁର ଜେହାଦୀ ଆତଙ୍କବାଦୀ

ଯିଏ କଥା କହେ ଶସ୍ତ୍ରରେ

ସ୍ନାନ କରେ ତାଜା ରକ୍ତରେ

ମାତୃଜାତି ଉତ୍ପୀଡ଼କ ଜହ୍ଲାଦ

କି ହୋଇବ ବୀର ପଦବାଚ୍ୟ?


ଯେବେ ଯେବେ ବଦଳି ଯାଏ

ବୀରର ସଂଜ୍ଞା ବୀରତ୍ବର ପରିଭାଷା

ଛଳ ବଳ କୌଶଳରେ

ଛଦ୍ମଯୁଦ୍ଧରେ ବି କେହି

ହାତେଇ ପାରେ ଶାସନ ଡୋରି

ବଜାଇ ବିଜୟ ଭେରି!!


ଆତଙ୍କର ମହୋତ୍ସବରେ

ଗଦା ଗଦା ବାରୁଦର ବିସ୍ଫୋରଣରେ

ଇଶ୍ବରଙ୍କ ନାମରେ ନେଇ ପାରେ

ପଦ ଓ ଗୋପନୀୟତାର ଶପଥ

ଧର୍ମର ଦ୍ବାହି ଦେଇ

ଲାଗୁ କରେ ଅନ୍ଧାରୀ ଆଇନ୍

ମଣିଷକୁ ଇତର ପଶୁ ମଣି

କରି ପାରେ ବର୍ବର ଅତ୍ଯାଚାର

ଇଏ ବୀର ଅବା ସୈତାନ୍?


ବିଧାତାର ଚରମ ରସିକତା

ଅବା ନିୟତିର ନିଠୁର ପରିହାସ

ପଳାତକ ଦସ୍ୟୁ ସର୍ଦ୍ଦାର

କ୍ଷଣିକରେ ପାଲଟି ଯାଆନ୍ତି

ହର୍ତ୍ତା କର୍ତ୍ତା ମହାମାନ୍ଯ ମାନ୍ୟବର

ଅଲାଜୁକ ପଣରେ କହନ୍ତି

ଆମକୁ ଦିଅ ମାନ୍ୟତା କରିଣ

ଆମ୍ଭର ସହୃଦୟ ମିତ୍ରତା ସ୍ୱୀକାର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract