STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଖେଳ

ଖେଳ

1 min
188

 ଶାରୀରିକ ମାନସିକ ଶକ୍ତିକୁ

   ଆମ କରେ ସବଳ

 ଜୀବନେ ଆମର ଆଣେ ସଫଳ

  ହସ ଉଲ୍ଲାସ ସେ ଦିଏ ପ୍ରବଳ

  ଖେଳ ସେ ଆମ ପ୍ରିୟ ଖେଳ ।


  ଦୃଢ଼ ଇଛା ଶକ୍ତି ଦିଏ ତ ସିଏ

   ଶରୀରକୁ ଆମ ନିରୋଗ କରାଏ

  ପାଚନ ପ୍ରକ୍ରିୟାକୁ କରାଏ ଚଳ ଚଞ୍ଚଳ

   ରକ୍ତ ସଞ୍ଚାଳନ ତା ଯୋଗୁଁ ହୁଏ ପ୍ରଖର

   ବୃଦ୍ଧି ଓ ବିକାଶ

    ତା ପାଇଁ ହୁଏ ଆମ ଶରୀର

   ଆମ ସଭିଙ୍କର ପ୍ରିୟ ସେ ଖେଳ ।


    ମାନସିକ ଶାରୀରିକ ଯନ୍ତ୍ରଣା ରୁ

   କରେ ସେ ରକ୍ଷା

   ବାହ୍ୟ ଜ୍ଞାନ ବୃଦ୍ଧି ପାଇଁ ଦିଅଇ ଶିକ୍ଷା

    ତା'ର ପ୍ରତିଯୋଗିତା ରେ

     ଲାଗେ ନାନା ଉତ୍ସାହ ଉଦ୍ଦୀପନା

     ତା ଯୋଗୁଁ ଚାଲଇ କେତେ ହସରୋଳ

     ଆମ ସଭିଙ୍କର ଅତି ପ୍ରିୟ

        ସେ ପରା ଖେଳ ।


     ଦେଶ ଦେଶ ମଧ୍ୟେ

     ରାଜ୍ୟ ରାଜ୍ୟ ମଧ୍ୟେ

     ତୁଟଇରେ ଭାଇ ସବୁ କଳିଗୋଳ

     ଆଞ୍ଚଳିକତା ବାଦ କୁ କରଇ ଦୂର

     ଜାତି, ସମ୍ପ୍ରଦାୟ ମଧ୍ୟେ ତୁଟାଏ ଗୋଳ

      ଆଜିକା ଦିନରେ 

       ଶାନ୍ତି, ମୈତ୍ରୀ, ପ୍ରୀତିର ପ୍ରତୀକ

       ଆମ ସଭିଙ୍କର ପ୍ରିୟ ସେ ଖେଳ ।

    

   

    

   

    


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract