STORYMIRROR

Sanjya Tripathy

Abstract

3  

Sanjya Tripathy

Abstract

ଗୋଧୂଳି-ସଂଧ୍ୟା

ଗୋଧୂଳି-ସଂଧ୍ୟା

1 min
178


ସହରୀ ଜୀବନର ଅଂଧଶ୍ଵାସରେ ବଂଧୂ ହୋଇ

ମୋ ଝିଅ କହିଲା ଗାଁ କୁ ଯିବା ।

ସେ ଚାଳଛପର ଘର ଶ୍ରେୟସ୍କର

ଏ କଂକ୍ରିଟ୍ ର ଜାଲରୁ

କମ୍ ସେକମ ନିରୁତା ପବନଟିକ ମିଳିବ

ପ୍ରକୃତିର ନୈସର୍ଗିକ ସୌଦର୍ଯ୍ୟରେ ମଜି ଯାଇ

ଭାଗବତ ପୁଂଗୀର ପୁରାଣ ପାଠ ଶୁଣିବା

ଗୋଧୂଳି-ସଂଧ୍ୟାରେ ସୁରଭିତ ମହକ

ପର୍ଶ କୁଟୀରରେ ରାତ୍ରି ଯାପନ

ଝିକାରୀ ର ଝି ଝୀ ସ୍ଵର

ଶେଷ ପ୍ରହରରେ ନିଦରୁ ଉଠି

ନିଜକୁ ମିଶେଇଦେବା ପରଂବ୍ରହ୍ମଙ୍କ ସହିତ

ଅତିମାନସର କୁଣ୍ଡଳିନୀ କ୍ରିୟା

ସୃଷ୍ଟି ବେଳାର ସ୍ପଷ୍ଟ ଭାଷାରେ

ଲିଖିତ ହେବ ଗତରାତ୍ରିର ଦିନଲିପି

ମୃତ୍ୟୁ ଚେତନା ଜୀବଂତ ହେବାର ବେଳାରେ

କେତେ ଅପେକ୍ଷାରେ କେତେ ଅଂଧାରରେ

ଆତ୍ମାହୁତି ଏକ ଅମାବାସ୍ୟାର ଚଂନ୍ଦ୍ରର

ସଂପର୍କର ସୁରମ୍ୟ ସୃଜନଶୀଳତାରେ

ବତୀଘରର କ୍ଷଣପ୍ରଭ ଆଲୋକରେ

ବେଳାଭୂମିର ଅସ୍ପଷ୍ଟ ପଦଚିହ୍ନ ମଧ୍ୟରେ

ଆମେ ଲେଖିବା ପ୍ରଗତି ଓ ଉନ୍ନୟନର

ନୂତନ ଏକ ଦିଗନ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract