ତମେ
ତମେ
ହୃଦୟ ହୀନ ନିଷ୍ଠୁର
ବୋଲି ତମେ
ମୁଁ ଭାବି ନଥିଲି
ଆଗରୁ କେବେ
ତମ ସ୍ପର୍ଶରେ
ମୁଁ କ୍ଷତାକ୍ତ
ହେଲାପରେ
ତମେ ତ ସେମିତି
ହୃଦୟହୀନ
ଭାବିଥିଲି ତମେ
ଭିତରେ ବି ସେତିକି
ସୁନ୍ଦର ଯେତିକି ଉପରେ
କିନ୍ତୁ ତମେତ ସତରେ କେତେ
ହୃଦୟ ହୀନ ନିଷ୍ଠୁର
ପାଷାଣ ଦେହରେ ବି
ଶୁଣି ହୁଏ ସ୍ପନ୍ଦନ
ପଥର ବି ତରଳେ
ତା ହେଲେ ତମେ
କାହିଁକି ନୁହଁ ।