STORYMIRROR

Sarojini Mishra

Abstract Inspirational

3  

Sarojini Mishra

Abstract Inspirational

ସ୍ଵାଧୀନତା

ସ୍ଵାଧୀନତା

1 min
138

ସ୍ଵାଧୀନତାର ପରିଭାଷା

ସ୍ଵାଧୀନ ଭାବରେ ଜୀବନ ଜୀଇଁବାର

ଅଡ଼ୁଆ ତଡୁଆ ବୁଢିଆଣୀ ଜାଲ

ଯେମିତି ଛନ୍ଦି ଦେଉଛି 

ମନ ଓ ହୃଦୟକୁ ।


ସ୍ଵାଧୀନ ହେବାର ଅଙ୍ଗୀକାର

ବଦ୍ଧତାକୁ

ଦରାଣ୍ଡୁ ଦରାଣ୍ଡୁ

ବିଚ୍ ରାସ୍ତା , ଜନ ଗହଳି ବସ୍ ଟ୍ରେନରେ

ଇଜତ୍ ଲୁଟି ରୋଗ ଥିବା

ନାରୀର ଅବୟବ

ଆଖି ସାମ୍ନାକୁ ଆସେ

ଶହ ଶହ ଆଖିରେ ଅଙ୍ଗୀକାର ବଦ୍ଧତାକୁ ଖୋଜୁ ଖୋଜୁ

ବିବେକହୀନ ଅସହାୟତା ମାନେ

ଅସହାୟତା ମାନେ 

ସାମ୍ନାରେ ଦୌଡ ଧାପଡ଼ କରିଥାନ୍ତି

ଆଉ,

ଆମେ କହୁଛନ୍ତି ଆମେ ସ୍ଵାଧୀନ

ଆଉ,

ଆମେ ପାଳୁଛେ ସ୍ଵାଧୀନତା ଦିବସ ।


ଆମେ ସ୍ୱାଧିନ ଭାରତର

ସ୍ଵାଧିନ ମଣିଷ-

ଆମ ଗଣତନ୍ତ୍ର ର ମନ୍ଦିରରେ

ବିଲ୍‌ ପରେ ବିଲ୍‌ ପାଶ୍ ର 

ପ୍ରହେଳିକା କୁ ନେଇ ଖୁସୀ -

ନାରୀ ସୁରକ୍ଷା, ଶିଶୁ ଶ୍ରମିକ ଉଚ୍ଛେଦ

ଶିକ୍ଷା ସମସ୍ତଙ୍କ ପାଇଁ ଇତ୍ୟାଦି

ହେଲେ,

ଏଠି ପେଟ ପାଇଁ ମାଆ ବିକେ ଶିଶୁ

ଶିକ୍ଷା କଥା କିଏ ବା ପଚାରେ

ସେ ତ ସାର୍ଟିଫିକେଟ ରେ ବନ୍ଦୀ ।


ଏଠି ମଦ ବ୍ୟବସାୟୀ 

ଅୟେସ କରେ

ଆଉ,

ଖାଦ୍ୟ ଯୋଗାଉଥିବା କୃଷକ ପାଇଁ

ପଖାଳ ଶାଗ ଯୋଗାଡିବା କଷ୍ଟ ହୁଏ ।


ଏଠି ସମସ୍ତେ ସ୍ଵାଧୀନତାର ମର୍ମରେ

ସ୍ଵେଚ୍ଛାଚାରିତାର ସଂଜ୍ଞାକୁ

ଲିପିବଦ୍ଧ କରି ଦେଲେଣି -

କେହି କାହା ବିଷୟରେ

ଭାବିବାକୁ ନାରାଜ ।


ସବୁ ଏଠି ଦେହ ସୁହା

ଏଠି ହକ୍ ପାଇଁ ହାତଗୁଞ୍ଜା ଦେବାରେ

ସଭିଏଁ ଅଭ୍ୟସ୍ତ _

" ନହେଲେ ହବନି " ବାକ୍ୟଟି

ସମସ୍ତଙ୍କ ମନେ ଘର କରିଲାଣି ।


ତେଣୁ,

ନାଁ ଅଛି ପ୍ରତିବାଦ

ନାଁ ପ୍ରଶ୍ନ ଅଧିକାର ପାଇଁ

ନାଁ ନିଜକୁ ପ୍ରଶ୍ନ କର୍ତ୍ତବ୍ୟ ପାଇଁ _

ସ୍ଵାଧୀନତା ଏଠି ଭିନ୍ନ ରୂପ

ଭିନ୍ନ ରଙ୍ଗରେ ପତାକା ପୋତିଛି_

ଆଉ,

ଆମେ ପାଳୁଛେ ସ୍ଵାଧୀନତା ଦିବସ

ଦେଖେଇ ହେବାର ନିଶା

ସବାର କରିଛି

ପ୍ରତିପଦକ୍ଷେପେ ।


ହେ ଜନତା ଜନାର୍ଦ୍ଦନ

ଆସ ଆମେ ହୃଦୟଙ୍ଗମ କରିବା

ସ୍ଵାଧୀନତା ମର୍ମକୁ

ଥରେ ଚାଲ ଫେରିଯିବା

ପରାଧୀନତାର ଅଗଣାକୁ

ଚାଲ ଥରେ ମନେ ପକାଇବା

ପୂର୍ବେଶ୍ଵରୀ ମାନଙ୍କ ସଂଘର୍ଷକୁ

ଚାଲ ଥରେ ଅନୁଭବ କରିବା

ତାଙ୍କ ତ୍ୟାଗକୁ

ଆଉ,

ଚାଲ ପ୍ରଶ୍ନ କରିବା ନିଜକୁ

ଏହା କଣ ଆମ ପୂର୍ବେଶ୍ଵରୀ

ମାନଙ୍କର ସ୍ଵାଧୀନତାର ସ୍ଵପ୍ନ

ଆଉ,

ଚାଲ ଥରେ ସମ୍ବିଧାନର 

ପୃଷ୍ଠା ଓଲଟାଇ ଦେଖିବା

ସେ ପୃଷ୍ଠାରେ ସ୍ଵାଧୀନତାର

ଗୁଢ଼ ରହସ୍ୟକୁ 

ଆଉ

ସ୍ଵାଧୀନତା ମର୍ମ ବୁଝି

କର୍ମ କରିଯିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract