Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ନହୁଅ ଜୀବନ ସଂଗ୍ରାମେ ପରାଜୟ

ନହୁଅ ଜୀବନ ସଂଗ୍ରାମେ ପରାଜୟ

1 min
160



ଅବିଶ୍ବାସର ଅଗଣାରେ ପାଦ ସମୟ 

ସମୟରେ ପଡି ଯାଏ ଯେବେ

ନିଜ ସ୍ଥାନ କାଳ ମାନ ନିରୂପଣ କରି 

ସର୍ବ ସମ୍ପର୍କକୁ ରଖିବା ତେବେ ।


କିଛି ବିଶ୍ୱାସ ଘାତକତାର ବିଷ ଯଦି 

ମନେ ମଧ୍ୟରେ ଚରି ଯିବ

ମନରୁ ଯାଇ ଶରୀରରେ ଚରି ଯାଇ 

ସଦା ସମ୍ପର୍କକୁ ଭାଙ୍ଗି ଦେବ ।


ସମ୍ପର୍କକୁ ଛାଡି ବଞ୍ଚି ପାରିବନି ବୋଲି 

ମନ ମଧ୍ୟରେ ଚିନ୍ତା କରିଲେ

ହାରିଯିବ ହେ ମୋର ବନ୍ଧୁ, ଯେତେ 

ଯିଏ ବି ପ୍ରବୋଧନା ଦେଉଥିଲେ ।


ଶିଖାଇଛି ମୋତେ ମୋ ଏଇ ମାଆ 

ମାଟିର ଶାସ୍ତ୍ର ଓ ଇତିହାସ 

ନହୋଇ ମନେ ବିଚଳିତ, ରଖିବ ମନ 

ମଧ୍ୟରେ ସଦା ତୁମ ହସ ।


ମୋ ମାଆ ମାଟିରେ ଘଟିଛି କେତେ 

ଗାଥା, ଯାହା ବିମଣ୍ଡିତ 

ଏ ମାଟି ସମ୍ରାଟଙ୍କୁ ଚଣ୍ଡାଶୋକୁ ଧର୍ମ

ଅଶୋକେ କଲା ପରିଣତ ।


ଆଞ୍ଜୁଳାଏ ଅମୃତ, ପରାଜୟକୁ ସାମ୍ନା 

କରିବାକୁ ଦେଖାଏ ସାହାସ

ସାହାସ ହୁଏ ଦୁଃଖର ଅନ୍ଧାର ପାଇଁ 

ଚେନାଏ ଆଲୋକ ସଦୃଶ ।


ହସର ଅମୃତ ଅଭାବେ ଅବିଶ୍ୱାସ 

ବିଷ ମନକୁ କରେ ବିଚଳିତ 

ସାହାସ ଅଭାବେ ଦୁଃଖିତ, ଜର୍ଜରିତ 

ମନ କରିଥାଏ ମର୍ମାହତ ।


ଅବିଶ୍ୱାସର ହଳାହଳ ବିଷ କଟିଥାଏ 

ସାମ୍ନା କରିବା ସାହସରେ

ସମାଧାନ ନୁହେଁ ପରାଜୟକୁ କେବେ

ଅସଫଳତାରେ ଭାଙ୍ଗି ପଡିବାରେ ।


ସମସ୍ୟା ଦେଖା ଦିଏ ବୈବାହିକ, 

ବୃତ୍ତିଗତ ଓ ପ୍ରେମ ସମ୍ବନ୍ଧୀୟ

ସମୟ ସହିତ ସବୁ ପରିବର୍ତ୍ତନଶୀଳ, 

ନହୁଅ ସଂଗ୍ରାମେ ପରାଜୟ ।



Rate this content
Log in

Similar oriya poem from Abstract