STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ଜୀଇଁ ମୁଁ ପାରୁନି ବୋଲି

ଜୀଇଁ ମୁଁ ପାରୁନି ବୋଲି

1 min
192


ବେଦନା ଭରା ଏ ହୃଦୟ ଟା ହେଲେ

ନିଗିଡ଼ି ପାରୁନି ଖାଲି

ଆଖି କୋଣେ ପାଣି ଅଟକି ରହିଛି

କାନ୍ଦି ମୁଁ ପାରୁନି ବୋଲି।


ପୁଳା ପୁଳା ନିଆଁ ଗୁଞ୍ଜା ଦେହେ ଦେହେ

ତଥାପି ଜଳିବା ମନା

କୁହୁଳୁଛି ଏଠି ଧୂପ କାଠି ପରି

ଜଳି ମୁଁ ପାରୁନି ବୋଲି।


ଦୀପ ଟା ଭିତରେ ସଳିତା ଜଳୁଛି

ସରି ସରି ଯାଏ ତେଲ

ଦେହେ ଦେହେ ଦାହ ଦହନ ସହୁଛି

କହି ସେ ପାରୁନି ବୋଲି।


କାହାର ମେଂଟୁଛି ଆଲୁଅର ନିଶା

କାହାର ପୁରୁଛି ଆଶା

ବୁଝିବା କାହାର କି'ବା ଦରକାର

ଲିଭି ମୁଁ ପାରୁନି ବୋଲି।


ଜଳିବା ଯାହାର କରମ ର ଲେଖା

ଆଲୁଅ ବାଣ୍ଟିବା ଆଶା

ଢଳିଯିବା ଯାଏ ଜଳୁଥିବି କିବା

କହି ମୁଁ ପାରୁନି ବୋଲି।


କଟକଣା କିଏ ଲଗେଇ ରଖିଛି

ନିଃଶ୍ବାସ ନେବା ବି ମନା

ଅଳପ ଅଳପ ପବନ ପିଉଛି

ଜୀଇଁ ମୁଁ ପାରୁନି ବୋଲି।


ମା କହିଥିଲା ଜହ୍ନ କୁ ଦେଖେଇ

ଧରିବାକୁ ବଢ଼ା ହାତ

ଆଜି ବି ବାମନ ହାତ ହଟେଇ ନି

ଛୁଇଁ ସେ ପାରୁନି ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract