STORYMIRROR

Sukanti Mohanty

Abstract

4  

Sukanti Mohanty

Abstract

ମୋ ଗର୍ଭ ଧାରିଣୀ ବୋଉ

ମୋ ଗର୍ଭ ଧାରିଣୀ ବୋଉ

1 min
268

 

ଦଶ ମାସ ଗର୍ଭେ ସାଇତି ରଖିଲା

       ସହି ସହି କେତେ ଦୁଃଖ ଜଞ୍ଜାଳ

ବକ୍ଷ ଚିରି ଯିଏ ଅମୀୟ ପେଇଲା 

        ପରିପୃଷ୍ଟ କଲା ଶୈଶବ କାଳ।୧।

ଗୋଟିଏ ଦୁଇଟି ଅକ୍ଷରେ ଗଢା ସେ

         ବ୍ୟାପକ ରୁ ମହାବ୍ୟାପକ ସିଏ

ଅତି ଅଲିଅଳି ତା ପାଖରେ ମୁଁ

        "ବୋଉ" ପରା ମୋର ଆଉ କେ ନୁହେଁ।୨।

କେ ମାପି ପାରିବ ଗଭୀରତା କେତେ

        ତା ପାଖରେ ଯେଉଁ ମମତା ଅଛି

ସତରେ ଲୋ ବୋଉ! ତୁ କେତେ ସହିଷ୍ଟ୍ନୁ

          ସହନଶୀଳତା କିଏ ଦେଇଛି ?୩।

ପେଟକୁ ନ ଖାଇ ସାଇତି ରଖଇ

           ଆସିଲେ ଖାଇବ ରଙ୍କୁଣି ଧନ

ଉପାସ ଭୋକରେ ରହିଯାଏ ସିନା

         ଖାଇବାକୁ କେବେ କରେନି ମନ।୪।

ଦୁଃଖେ ପଡ଼ିଥିଲେ ଅତି ବିକଳରେ

        ଦିଅଁ ଦେବତାଙ୍କୁ ତା ହାତ ଯୋଡେ

ରୋଗ ବ୍ୟାଧି ବେଳେ ଠାକୁରାଣୀ ପାଖେ

         ଦାନ୍ତେ କୁଟା ଧରି ଅଧିଆ ପଡ଼େ।୫।

ତା ପଣନ୍ତ କାନି ଶ୍ରୀମନ୍ଦିରର ନେତ

           ସଦା ମୋ ପାଇଁ କି ହୁଅଇ ଘଣ୍ଟ

ସେହି ଘଣ୍ଟ ଆଢୁଆଳେ ମୁଁ ରହିଲେ

          ଛୁଇଁ ପାରନ୍ତି ନି ଚୋର କି ଖଣ୍ଟ।୬।

ତା ହାତ ରାନ୍ଧଣା ଶ୍ରୀ ମହାପ୍ରସାଦ

            ଖାଉ ଥାଏ ବସି ମହା ଆନନ୍ଦେ

ତା କୋଳ ମୋ ପାଇଁ ଶାନ୍ତି ନିକେତନ

        ଶୋଇ ଯାଏ ସେଠି ଗଭୀର ନିଦେ।୭।

ସରଗ ଠୁ ବଡ଼ ବିଶାଳ ହୃଦୟ

          କୋଉଠି ଖୋଜିଲେ ନ ମିଳେ ଆଉ

ଦୁନିଆଁର ଯେତେ ଯାତନା ବେଦନା

         ପେଟେ ଭରି ରଖେ ମୋ'ରି ବୋଉ।୮।

ଅମୂଲ୍ୟ ରତନ ସରି ହେବ ନାହିଁ

            ମୋ ବୋଉ ଅଟଇ ଜଗତେ ସାର

ସଦା ସରବଦା ତାକୁ ମୁଁ ଝୁରଇ

             ତା ପାଦରେ ମୋର କୋଟି ଜୁହାର।୯।

ଯେତେ ଲେଖିଲେ ବି କମ୍ ପଡ଼ିଯିବ

          ମୂର୍ତ୍ତିମନ୍ତ ଇଷ୍ଟ ଦେବୀ ମୋ ବୋଉ

ମଥାପାତି ଆଜି ପ୍ରଣାମ କରୁଛି

             ତା ଆଶିଷ ମୋର ମୁଣ୍ଡରେ ଥାଉ।,୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract