କେତେ ଦୂରେଡଃ ସୁକାନ୍ତି ମହାନ୍ତି
କେତେ ଦୂରେଡଃ ସୁକାନ୍ତି ମହାନ୍ତି
ପ୍ରୀତି ପ୍ରଣୟର କର୍ଣ୍ଣଧାର ହୋଇ
ପାଖରେ ରହିଲ ତୁମେ
ସ୍ବପ୍ନ ମହଲ ରେ ମସ୍ ଗୁଲ୍ ଥାଇ
କେତେ ବିଭୋର ରେ ଆମେ
ସ୍ବପ୍ନକୁ ଭୁଲି ଯାଇଛି
ବାସ୍ତବ ଭିତରେ ବୁଡ଼ି ରହି ଥରେ
ଆପଣେଇ ମୁଁ ନେଇଛି।
ଭାବି ମୁଁ ନ ଥିଲି ଏମିତି ଅକାଳେ
ସାତ ପର କରିଦେବ
ଦୂର ମେଘ ଧାରେ ଲୁହ ବୋହି ବୋହି
ଗଣ୍ଡ ଦେଇ ବୋହି ଯିବ
ଆଖି ସଦା ଭିଜୁଥିବ
ତୁମକୁ ହରାଇ ଦୟନୀୟ ଭାବେ
ଦିନ ମୋର କଟୁ ଥିବ।
ପାଖେ ଥିଲା ବେଳେ ଲାଗୁ ତ ନ ଥିଲା
ତୁମ ସାଥେ ଏତେ ଭାବ
ଦୂରେ ଗଲ ଛାଡ଼ି ଲାଗୁଛି ଏମିତି
ଅନୁଭବ ରେ ଅଭାବ
ପ୍ରତି ସ୍ପନ୍ଦନ ରେ ତୁମେ
ତୁମ ବିନା ମୋର ଜୀବନ ଅସାର
କେମିତି ଚାଲିବି ଭୂମେ।
ଦୂର ଦିଗ୍ ବଳୟ ଛୁଇଁବା ଭାବନା
ମୋ ମନ ମଧ୍ୟରେ ଥିଲା
ତୁମ ସାଥେ ମୋର ଅଭେଦ ପୀରତି
ସବୁ ଚୁର ମାର୍ କଲା
କି ଥିଲା କି ହୋଇଲା
ଏତେ ପାଖେ ଥାଇ ଦୂରେ ଯିବା କଥା
କେମିତି ମନ ହୋଇଲା।
ସପନ ଭାଙ୍ଗିଲା ଭରସା ତୁଟିଲା
ଅସହଜ ହେଲା ପଥ
ଦିନେ ଲାଗେ କେତେ ଯୁଗ ଯୁଗ ମୋତେ
କରିଲି ବଜ୍ର ଶପଥ
ଏ ଜନମ ଗଲା ଚାଲି
ଆର ଜନମକୁ ଚାହିଁ ମୁଁ ରହିଲି
ତୁମର ହୋଇବି ବୋଲି।