STORYMIRROR

Sukanti Mohanty

Abstract

4  

Sukanti Mohanty

Abstract

କେତେ ଦୂରେଡଃ ସୁକାନ୍ତି ମହାନ୍ତି

କେତେ ଦୂରେଡଃ ସୁକାନ୍ତି ମହାନ୍ତି

1 min
216


ପ୍ରୀତି ପ୍ରଣୟର କର୍ଣ୍ଣଧାର ହୋଇ

ପାଖରେ ରହିଲ ତୁମେ

ସ୍ବପ୍ନ ମହଲ ରେ ମସ୍ ଗୁଲ୍ ଥାଇ

କେତେ ବିଭୋର ରେ ଆମେ

ସ୍ବପ୍ନକୁ ଭୁଲି ଯାଇଛି

ବାସ୍ତବ ଭିତରେ ବୁଡ଼ି ରହି ଥରେ

ଆପଣେଇ ମୁଁ ନେଇଛି।

ଭାବି ମୁଁ ନ ଥିଲି ଏମିତି ଅକାଳେ

ସାତ ପର କରିଦେବ

ଦୂର ମେଘ ଧାରେ ଲୁହ ବୋହି ବୋହି

ଗଣ୍ଡ ଦେଇ ବୋହି ଯିବ

ଆଖି ସଦା ଭିଜୁଥିବ

ତୁମକୁ ହରାଇ ଦୟନୀୟ ଭାବେ

ଦିନ ମୋର କଟୁ ଥିବ।

ପାଖେ ଥିଲା ବେଳେ ଲାଗୁ ତ ନ ଥିଲା

ତୁମ ସାଥେ ଏତେ ଭାବ

ଦୂରେ ଗଲ ଛାଡ଼ି ଲାଗୁଛି ଏମିତି

ଅନୁଭବ ରେ ଅଭାବ

ପ୍ରତି ସ୍ପନ୍ଦନ ରେ ତୁମେ

ତୁମ ବିନା ମୋର ଜୀବନ ଅସାର

କେମିତି ଚାଲିବି ଭୂମେ।

ଦୂର ଦିଗ୍ ବଳୟ ଛୁଇଁବା ଭାବନା

ମୋ ମନ ମଧ୍ୟରେ ଥିଲା

ତୁମ ସାଥେ ମୋର ଅଭେଦ ପୀରତି

ସବୁ ଚୁର ମାର୍ କଲା

କି ଥିଲା କି ହୋଇଲା

ଏତେ ପାଖେ ଥାଇ ଦୂରେ ଯିବା କଥା

କେମିତି ମନ ହୋଇଲା।

ସପନ ଭାଙ୍ଗିଲା ଭରସା ତୁଟିଲା

ଅସହଜ ହେଲା ପଥ

ଦିନେ ଲାଗେ କେତେ ଯୁଗ ଯୁଗ ମୋତେ

କରିଲି ବଜ୍ର ଶପଥ

ଏ ଜନମ ଗଲା ଚାଲି

ଆର ଜନମକୁ ଚାହିଁ ମୁଁ ରହିଲି

ତୁମର ହୋଇବି ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract