STORYMIRROR

Sukanti Mohanty

Abstract

4  

Sukanti Mohanty

Abstract

ନଇ ଓ ଜୀବନ

ନଇ ଓ ଜୀବନ

1 min
231


ପାହାଡି କନ୍ୟା ସେ ପାହାଡୁୁ ଜନମି

  ଆଗେ ବଢେ ଧିରେ ଧିରେ

ଲକ୍ଷ୍ୟ ତା ଅଛି ମିଶିବ ଯାଇ ସେ

   ଜଳଧିର ବକ୍ଷ ପରେ।୧।


କେତେ ଝଡ଼ ଖଞ୍ଜା ଦୁଃଖ ଦୁର୍ବିପାକ

   ପଥରେ ଭେଟିଛି ନଦୀ

କୋଉଠି ବନ୍ଧୁର କୋଉଠି ମସୃଣ

   ସବୁକୁ ଯାଇଛି ଭେଦି।୨।


ଲକ୍ଷ୍ୟ ତା' ପ୍ରିୟ ବକ୍ଷେ ଢଳିବ

    ମନ କଥା କହି ଦେବ 

ଉତ୍ତାଳ ତରଙ୍ଗେ ଖେଳ ଖେଳି ଖେଳି

    ଯାତନାକୁ ଭୁଲି ଯିବ।୩।


କ୍ଷଣ ଭଙ୍ଗୁର ଜୀବନ ଆରମ୍ଭ

   କ୍ଷଣିକ ମାୟା ରେ ବନ୍ଧା

ନଇ ପରି ସିଏ କେତେ ଅଙ୍କାବଙ୍କା

  ସାଧନା ପଥରେ ସିଧା .।୪।


ଜନ୍ମ ଠାରୁ ମୃତ୍ୟୁ ପରିଯ୍ୟନ୍ତେ ଦୁଃଖ 

  ଦୁର୍ବିପାକ କେତେ ଯୋଡ଼ା

ହାହାକାର ହୁଏ ଜୀବନ ନଉକା

   ନାଉରୀଏ ବାଟ ହୁଡ଼ା।୫।


ତଥାପି ସାହସ ଶକତି ଅଜାଡ଼ି

   ଧାଇଁଛି ଆଗକୁ ବଢ଼ିି

 ବିଶ୍ରାମ ବିହୀନ ନଈଟା ଯେମିତି

    ଆଗକୁ ଯାଉଚି ମାଡ଼ି।୬।


ଦେଖେନି ସେ ଖାଲ ଖମା ବାଟେ ଘାଟେ

    ପ୍ରିୟ ତାର ସେହି ସିନ୍ଧୁ

ମଣିଷ ଜୀବନ ତା ' ସାଥେ ସମାନ

   ସିନ୍ଧୁ କରେ ଯୋଡ଼ି ବିନ୍ଦୁ।୭।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract