STORYMIRROR

Sukanti Mohanty

Abstract

4  

Sukanti Mohanty

Abstract

କପେ କଫି ଓ କଲେଜ୍ ସ୍ମୃତି

କପେ କଫି ଓ କଲେଜ୍ ସ୍ମୃତି

1 min
379


ଯେ ଦିନ ଦେଖିଲି ତୁମ ତନୁ କାନ୍ତି

      କଲେଜ୍ କ୍ୟାଣ୍ଟିନ ଠାରେ

କାହିଁକି କେଜାଣି ତୁମ ପାଖେ ମନ

       ଟାଣି ହେଲା ଉତ୍କଣ୍ଠା ରେ ।୧।

 ଏତେ ମନ ଲୋଭା ଶରୀର କେମିତି

       ବିଶ୍ଵ ବିଧାତା ଗଢ଼ିଲା 

କଫି କପ୍ ମୋର ଓଠେ ଲାଗି ଥିଲା

        ତୁମଠି ଆଖି ଲାଖିଲା ।୨।

ସେଇ ଦେଖା ଟିରେ ବଦଳି ଗଲା ମୋ

         ଜୀବନର ଗତି ପଥ

ତୁମକୁ ନିଜର କରିବାକୁ ପ୍ରିୟେ

          କଲି ମୁଁ ବଜ୍ର ଶପଥ।୩।

ପୁଲକିତ ଚିତ୍ତ ଉଲ୍ଲସି ଉଠିଲା

           ତୁମକୁ ଲଭିବା ପାଇଁ

ସ୍ବର୍ଣ୍ଣାଭ ଦିଗନ୍ତ ପ୍ରସାରିଲା ହାତ

           ଆଗକୁ ଗଲି ମୁଁ ଧାଇଁ।୪।

ମୋ ମନ ଆକାଶେ ଇନ୍ଦ୍ରଧନୁ ଛିଟା

          ଅବିରତ ନିବାସିଲା

ପ୍ରଦୀପ୍ତ ତପନ ପରା ଏ ମୋ ହୃଦ

           ନିତ୍ୟ ତୁମକୁ ଝୁରିଲା।୫।

ଅଳପ ଦେଖାରେ ଗଳପ ହୋଇବ 

           ଭାଷା ନାହିଁ ଭାବନାର

ଅଦ୍ଭୁତ ଚେତନା ନିଭୃତ କୋଣରେ

           ଆଙ୍କୁଥିଲା ବାର ବାର ।୬।

ଚୂର୍ଣ୍ଣ କୁନ୍ତଳ ଅତୀବ ମଞ୍ଜୁଳ

           ସତେ ସଜ ଫୁଲ ହାର

ମାଡି ବସିଥିଲା ମୋ ମନ ମଧ୍ୟରେ

           ଚେଇଁଲା ମନ ମନ୍ଦିର।୭।

ସାହସ ବାନ୍ଧିଲି ପଶିଲି ହୃଦୟେ

           କାଟି ସବୁ ବାଧା ବିଘ୍ନ 

ଶର୍ବରୀର ଘନ ତମ ଆଡେଇଲି

          ତୁମ ପାଖେ ହେଲି ମଗ୍ନ।୮।

ଢାଳିଲ ହୃଦୟ ସେଇ କ୍ୟାଣ୍ଟି ନ ରେ

          କଡେଇ ଚାହିଁଲ ପ୍ରିୟା

ଜାଣି ଗଲି ସେହି କଫି କପ ଟିରେ

          ଦେଇ ଦେଲ ତୁମ ହିୟା।୯।

 ଏତେ ଦିନ ପରେଏବେ ମୁଁ ଜାଣିଲି

          ଆଉ କାହାର ବନିତା

ମୁଁ କିନ୍ତୁ ଆଜି ଏକା ଏକା ବସି

          ସ୍ମୃତିରେ ଲେଖେ କବିତା।୧୦।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract