STORYMIRROR

Sukanti Mohanty

Others

3  

Sukanti Mohanty

Others

ହାଉଆ

ହାଉଆ

1 min
184


ଆରମ୍ଭ ହୋଇଲା ଚଷୁ କୁଟା କାମ

  ବାତିଆ ଆସୁଛି ଆଗକୁ

ଜଳ ସ୍ଥଳ ସବୁ ଏକାକାର ହେବ

 ବାତ ବଢେଇବ ବେଗକୁ

  ଦେଖ ଏମାନଙ୍କ ବାଗକୁ

ଏବେ ଠାରୁ ଏଡ଼େ ହାଉ କରିଲେଣି

 ଅନେଇଛନ୍ତି ସେ ଯୋଗକୁ।୧।


ଟିଭିରେ ଚାଲିଛି ବିଲୁଆ ବିଚାର

  ପେପର ଗାଉଛି ଖବର

"ମୋଚା" ଆସି ଲୋଚା କରିଦେବ ଜନେ

 ଖବର ହେଉଛି ଜବର

 ଏଇ କଥା ଆମ ଭାବର

ମିଡ଼ିଆବାଲାଏ ହଲା କରୁଛନ୍ତି

 ଜୀବ ଯିବ କିବା ଜୀବର।୨।


ହାତୀ ଆସି ଚାରି କରିବ କରିବ

  ଫୁଉସ୍ ହୋଇବ ଶବଦ

ପଞ୍ଚମରେ ବୃହସ୍ପତି ଆସିଗଲା 

 ବିନା ବଜ୍ରେ ବର୍ଷେ ବାରିଦ

 ରାଜା କରି ଲେଣି ବରାଦ

ଜନସାଧାରଣେ ଅନୁକମ୍ପା ନୁହେଁ

 ଦନ୍ତା ହାତୀ ପାଇଁ ଦରଦ ।୩।


ଆସୁକି ନ ଆସୁ ବାତିଆ ଏଠାକୁ

  କେନ୍ଦ୍ରରୁ ଛୁଟିବ ସୁଅଟି

ବାରମ୍ବାର ରାଜ୍ୟ ଚିଠି ଲେଖିଥିବ

  ସହାୟତା ରାଶି ଦିଅଟି

  ଅର୍ଥ ଆସିବ କୋଟି କୋଟି

ତଳ ତଳିଆରେ ପହଞ୍ଚିଲା ବେଳେ

 ରହିଥିବ ସେ ଏକ ଗୋଟି।୪।


ଆରେ "ମୋଚା" ତୁ ବେଗି ଚାଲିଆସ

  କଣେଇ କଣେଇ ଚାଲିଯା

ସ୍ଥାନେ ସ୍ଥାନେ ଆସି କୋଉଠି କେମିତି 

  ଅଳପ ଅଳପ ଢାଳିଯା 

 ତେଲିଆ ମୁଣ୍ଡରେ ତେଲକୁ

ଯେତେବେଳେ ଯେଉଁ ବାତିଆ ଆସିଛି

 ପାଇଛି ତାଙ୍କର ଗେଲକୁ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍