STORYMIRROR

Anita Dash

Abstract Romance

3  

Anita Dash

Abstract Romance

ଗଣିକାରୁ ଦେବଦାସୀ

ଗଣିକାରୁ ଦେବଦାସୀ

1 min
183



ତୁମ ଅନୁରାଗେ ଅନୁରାଗିଣୀ ମୁଁ

ଅନୁସରେ ତୁମ ପଥ

ସବୁ ଜଂଜାଳରୁ ପରିହତ କରି

ପ୍ରେମ ଫାଶେ ଜୋଡି ରଖ।    

              

ନଵରସ-ଛନ୍ଦ ତୋଳି ମୁଁ ଆନନ୍ଦେ

ନାଚିଯିବି ତୁମ ଲାଗି,

ଅକିଂଚନା ପାଦେ ପ୍ରାଣବନ୍ଧୁ ଆସି

ଘୁଂଗୁର ଦିଅହେ ବାନ୍ଧି।                       


ମାୟା ମୋହ ଘେରା ସେନେହଁ ମମତା

ଚହଲା ପାଣିର ଢେଉ

କେଵେ ପାଶେ ଆସି ଦୂରେ ହଜିଯାଏ

ଆଖି ପିଛୁଳାକେ କାହୁଁ।                 

      

କାମୁକତା ଶତ ଦଂଶନରେ

ମରି ଯାଇଛି ଦେହର ଦାହ

ମୋ ଅନ୍ତର-ହୀରା ଆପଣେଇବାକୁ

ଜାଗି ଉଠିନି କା ସ୍ନେହଁ।                      


ଆତ୍ମିକ ବନ୍ଧନେ ଅପସରି ଯାଉ

ପୁରୁଷତ୍ୱର ଏ ଅହଂ

ଅର୍ଦ୍ଧ-ନାରୀଶ୍ୱର ଆତମୀୟତାରେ

ସଂଚରି ଯାଉ ମୋହ। ।

                  

ଅତିନ୍ଦ୍ରୀୟତାରେ କହି ଯାଅ 

"ଦେହୀ ପଦ ପଲ୍ଲବ ମୁଦରମ୍।

ଦେହ-ଵିଦେହର ଶ୍ରେଷ୍ଠ ଆଲିଙ୍ଗନେ,

ହେଉ ସାତ୍ତ୍ଵିକ ମିଳନ।

           

ଗଣିକା ସପନ ସାର୍ଥକ ହେବକି,

ହେଵି ତୁମ ଦେବଦାସୀ

ତଵ ସାନ୍ନିଧ୍ୟର ଶିହରଣେ

ପ୍ରଭୁ ନିସ୍ତରି ଯିବ ପାତକୀ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract