STORYMIRROR

Dharitri Das

Abstract

4  

Dharitri Das

Abstract

କଚ୍ଛପ ଅବତାର

କଚ୍ଛପ ଅବତାର

1 min
399


ବିଷ୍ଣୁ ବୋଲେ ଇନ୍ଦ୍ର ଦେବତାଙ୍କ ସହ

   ଦୈତ୍ୟ ମାନଙ୍କୁ ହକାରି

ସମୁଦ୍ର ମନ୍ଥନ   କରିବା କଥାଟି

   ମନ ମଧ୍ୟରେ ବିଚାରି।


ମନ୍ଦରାଚଳକୁ   ମଥାନୀ ସହିତ

    ବାସୁକିକୁ ରଜ୍ଜୁ କରି

ଦେବ ଦାନବ ଯେ ସମୁଦ୍ର ମନ୍ଥିବେ

    ଏକଥାକୁ ମନେ ଧରି ।


ଗରୁଡ଼ଙ୍କ ସହ   ମନ୍ଦରକୁ ଆଣି

    ସମୁଦ୍ରେ ଦେଲେ ପକାଇ

ଅସ୍ଥିର ହୋଇଲା   ମନ୍ଦର ପର୍ବତ

     ଜଳ ମଧ୍ୟେ ବୁଡି ଯାଇ।


ଏହି ସମୟରେ ଅବତାର ନେଲେ

    କଚ୍ଛପ ରୂପରେ ସାଇଁ

ସମୁଦ୍ର ମଧ୍ୟରେ  ମନ୍ଦରକୁ ଟେକି 

   ସ୍ଥିରତା ଆଣିବା ପାଇଁ।


କଚ୍ଛପ ରୂପରେ  ପ୍ରଭୁ ନରହରି

   କ୍ଷୀର ସାଗରକୁ ମନ୍ଥି

ଅମୃତ ସନ୍ଧାନେ ସକ୍ଷମ ହୋଇଲେ

  ଦୈତ୍ୟଙ୍କୁ ମାୟାରେ ଗୁନ୍ଥି।


ନୀଳାଚଳ ଧାମେ ଜନମତ ଅଛି

    କଚ୍ଛପଙ୍କ ଉଦ୍ଦେଶ୍ୟରେ

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଭକତ

   ଖଦ୍ୟଦାନ ପରା କରେ।


ପୂର୍ବ ପୁରୁଷଙ୍କ ପ୍ରୀତି ଅର୍ଥେ ତାହା

   ଅର୍ପଣ ହୁଅଇ ପୁଣି

କଚ୍ଛପ ଦେଖିଲେ ପ୍ରଣାମ କରନ୍ତି

   ମହାରଣା ବଂଶ ମଣି।


କାଳୀୟ ଦଳନେ କଳା ପାଲଟିଲା 

    ଯମୁନା ନଦୀର ନୀର

ଦ୍ଵାପର ଯୁଗରେ କଚ୍ଛପ ରୂପରେ

    ପ୍ରଭୁ ହେଲେ ଅବତାର।


ସ୍ୱଚ୍ଛ ହେଲା ନୀର ଯମୁନା ନଦୀର

    କୃମ ଅବସ୍ଥାନ ପରେ

ସେଥିପାଇଁ ପରା କଚ୍ଛପ ବାହିନୀ

   ବୋଲିଥାନ୍ତି ତାକୁ ନରେ।


ପୁନର୍ବାର ବିଷ୍ଣୁ କଚ୍ଛପ ରୂପରେ

   ଅର୍ଜୁନଙ୍କ ବନ୍ଧ ରକ୍ଷା

ନିମିତ୍ତ ରକ୍ତାକ୍ତ ହୋଇ ଭାବଗ୍ରାହୀ

   ଦେଲେ ଭକ୍ତଙ୍କୁ ସୁରକ୍ଷା।


ଲୀଳାମୟ ପ୍ରଭୁ ଲୀଳା କରିଗଲେ

   ରହସ୍ୟ ବୁଝିବା ପାଇଁ

ବିପଦ ସମୟେ  ଡରିଯିବା ନାହିଁ

   କୃମ ରୂପ ମନେ ଧ୍ୟାଇ।


ନିଜର ସୁରକ୍ଷା ନିଜେ କରୁଥିବା

    ବିଷ୍ଣୁଙ୍କ ନାମକୁ ଗାଇ

ଯୁଗ ଅବତାର  ଅନନ୍ତ ପୃଥିବୀ

   ଯାହାର ଆଶ୍ରାରେ ଥାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract