STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଘନ କାଳିଆ କୁ ମନ

ଘନ କାଳିଆ କୁ ମନ

1 min
256

 ଘନ କାଳିଆ କୁ ମନ ମୋ ବଳିଛି 

   କରିବାକୁ ଦରଶନ

  ଆହା କି ସୁନ୍ଦର ତା ଚକାନୟନ

  କି ସୁନ୍ଦର ଆହା ତା କଳା ବଦନ

  ଦେଖି ଏହି ପାପ ନେତ୍ର 

   ହୋଇବ ପବିତ୍ର

  ଲଭିବ ଯେ ମହା ପୁଣ୍ୟ

 ଘନ କାଳିଆ କୁ ମନ ମୋ ବଳୁଛି

   ଦେଖିବାକୁ ଘନ ଘନ ।


   କିବା ରାତ୍ର କିବା ଦିନ

   ମନ ମୋ ହେଉଛି ଉଚ୍ଛନ୍ନ

   ଅହରହ ଖାଲି ଦେଖଇ ସପନ

   କେମନ୍ତେ କରନ୍ତି କି ଯାଇ

   ଘନ କାଳିଆ କୁ ମୋ'ର ଦରଶନ

  ସେ ନୀଳାଚଳିଆ ସେ ଘନ କାଳିଆ

   କେ ବୋଲେ ତାକୁ ଦଗା ଦିଆ

   କେ ପୁଣି ବୋଲଇ ସେ ତ କପଟିଆ

   ସେ ନଟକୂଟିଆ ସେ ହଟ ଚମଟିଆ

  ସବୁ ନଟକୂଟ ସବୁ ନାଟର କରଇ ଭିଆଣ

  ସବୁ ସର୍ଜନା ସବୁ ନାଟର ସେ ଗୋବର୍ଦ୍ଧନ

  ତା ଲୀଳା ଖେଳା କୁ କେ ବୁଝିବ କି ପୁଣ

   ଯୁଗ ପରେ ଯୁଗ ବିତିଗଲେ ମଧ୍ୟ

 କେ ବୁଝି ନ ପାରନ୍ତି ତା ଲୀଳା ଖେଳା ଜାଣ

 ମୁହିଁ ପାପୀ ଜନ ଘନ କାଳିଆ କୁ ମନ

  ମୋ ବଳାଇଛି କରିବାକୁ ଦରଶନ

  ତା ତନୁ ମନେ ହେବା ପାଇଁ ଲୀନ

  ଜୀବ ପରମ ଙ୍କର 

  ହେବା ପାଇଁଁ ମହା ମିଳନ

  ଆତ୍ମା ପରାମାତ୍ମା ଙ୍କର

     ହେବାକୁ ସମ୍ମିଶ୍ରଣ

   ଇଛଇ ଏ ମୋର ପାପୀ ମନ ପ୍ରାଣ ।


 ପଶୁଛି ମୁଁ ସଦା ସର୍ବଦା ତା ପାଦେ ଶରଣ

  ଘନ କାଳିଆ କୁ ମନ ବଳୁ ଥାଉ ମୋ'ର

   ଅହରହ ତା ଚିକ୍କଣ କାଳିଆ ରୂପକୁ

    କରୁଥାଏ ମୁଁ ଦରଶନ

   ଜୀବ ଗଲାବେଳେ ମୋ'ର

   ମୋ ତନୁ ମନ ତା ଠାରେ ହେଉ ଲୀନ

  ଶେଷ ଇଛା ଏହି ମୋ'ର ତା'ର ପାଶେ

    ଏହି ମୋ'ର ଶେଷ ନିବେଦନ

   ତା ସେ ଅପରୂପକୁ କରି ମୁଁ ଦରଶନ

    ଛାଡି ଯାଉ ପ୍ରଭୁ ମୋର ପ୍ରାଣ

  ସେହି ହେବ ମୋ ପାଇଁ ମୋକ୍ଷ

   ସେହି ମୋ ପାଇଁ ନିର୍ବାଣ

  ତା'ର ଠାରେ ଥାଉ ମୋ'ର ଲୟ

   ଥାଉ ମୋର ଧ୍ୟାନ

  ଘନ କାଳିଆ କୁ ମନ ମୋ ବଳୁଥାଉ

  ପ୍ରତି ମୁହୂର୍ତ୍ତରେ କରିବାକୁ ଦରଶନ

  ଯଦ୍ଦ୍ଵାରା ମୋ ମାନବ ଜନମ ହୋଇଯିବ ଧନ୍ୟ

  ଲଭିବି ସତେ କି କୋଟି ଜନ୍ମ ପୁଣ୍ୟ

  ଜନ୍ମ ଚକ୍ରୁ ମୋର ହେବ ମୋକ୍ଷ ପ୍ରାପ୍ତି ଜାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract