Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ରାମସେତୁ ନିର୍ମାଣ

ରାମସେତୁ ନିର୍ମାଣ

1 min
284



   


ଶୁଭେ ଭୟଙ୍କର ସେତୁର ଗର୍ଜନ

ତହିଁ ଉତ୍ସାହିତେ ସେତୁର ନିର୍ମାଣ !


ରାମ ରାମ ରାବ୍ କରୁଛି ଗୁଞ୍ଜନ

ଦେଖନ୍ତି ଆକାଶୁ ଧ୍ୟାନେ ଦେବଗଣ !


ପଥରେ ଅଙ୍କିତ ଶ୍ରୀରାମ ଶ୍ରୀରାମ 

ଭାସୁଛି ସେହୁ ତ ହୋଇଣ ଉମଙ୍ଗ !


ସେତୁ ବନୁ ଅଛି ଅପୂର୍ବ ରୂପେଣ 

ରାମସେତୁ ନାମେ ରହିଛି ପ୍ରମାଣ !


ମରିବ ରାବଣ ପାପର କାରଣ

ଚୋରି କଲା ନାରୀ ଲମ୍ପଟ ରାବଣ !


ପାହାଡ଼ ପଥର ଆଣନ୍ତି ବାନର

ପ୍ରଭୁଙ୍କ କାର୍ଯ୍ୟରେ ହୋଇଣ ତତ୍ପର !


ବିଶ୍ଵକର୍ମା ପୁତ୍ର ନଳ ନୀଳ ଦୁଇ

ନିର୍ମାଣ ସେତୁକୁ କଲେ ଦୁଇ ଭାଇ !


ବାନର ସୈନିକ ଆଣନ୍ତି ପଥର

ଯତ୍ନେ ଯୋଡୁଥାନ୍ତି ନଳ ନୀଳ ବୀର !


ନାହିଁ ଟି ବିଶ୍ରାମ କାର୍ଯ୍ୟେ ଅନୁକ୍ଷଣ 

ରାମ ରାବ୍ ରାମ ଭକ୍ତିର ଶ୍ରବଣ !


ରାବଣକୁ ମାରି ଆଣିବେ ବୈଦେହୀ

ରାମ ନାମ ଶବ୍ଦେ କମ୍ପୁଛି ଏ ମହୀ !


ବସି ଦେଖୁଥାନ୍ତି ରାମ ଓ ଲକ୍ଷ୍ମଣ

ଅଛନ୍ତି ମିତ୍ର ସେ ସୁଗ୍ରୀବ ହେ ପୁଣ !


ଦିଅନ୍ତି ନିର୍ଦ୍ଦେଶ ବାନର ସେନାକୁ

ପଥର ପାହାଡ଼ ଆଣ ହେ ସେତୁକୁ !


ଆଣେ ହନୁମାନ ପାହାଡ଼କୁ ବୋହି 

ଅଛି ଶକ୍ତି କା'ର ବର୍ଣ୍ଣିବାକୁ ଏହି !


ଅପୂର୍ବ ଏ ଦୃଶ୍ୟ ସେତୁର ନିର୍ମାଣେ

ନାମ ରାମସେତୁ ବର୍ଣ୍ଣିତ ପୁରାଣେ !


ଅଛି ବିଦ୍ୟମାନ ରହିଛି ପ୍ରମାଣ

ସୀତାଙ୍କ ଉଦ୍ଧାରେ ସେତୁର ନିର୍ମାଣ !


ଅତି ହିଁ ଛୋଟ ସେ ଗୁଣ୍ଡିଚା ମୂଷିକ

ତା'ର କାର୍ଯ୍ୟ ଦେଖି ସମସ୍ତେ ଅବାକ୍ !


ଜଳେ ବୁଡୁଥାଏ ବାଲି ଆଣୁଥାଏ

ପ୍ରଭୁଙ୍କ କାର୍ଯ୍ୟର ସହଭାଗୀ ହୁଏ !


ଦେଖିଣ ଶ୍ରୀରାମ ଆନନ୍ଦିତ ମନ

ତିନିଗାର ଖିଞ୍ଚି ଦେଲେ ଭଗବାନ !


ଗାର ତିନି ତହୁଁ ଝଲକି ଉଠିଲା

ବୋଲି ରାମ ଭକ୍ତ ଜଗତ ଜାଣିଲା !


ଜାମ୍ବବ ବାନର ସବୁ କର୍ମେ ଜ୍ଞାନୀ

ଜାଣେ ସବୁକଥା ଅଟଇ ବୈଜ୍ଞାନୀ !


ସେତୁର ନିର୍ମାଣେ ସେହୁ ତ ଅଗ୍ରଣୀ

ସବୁ କଥାକୁ ସେହୁ ଅଛି ଟି ଜାଣି !


ବାଳି ପୁତ୍ର ପରା ଅଙ୍ଗଦ ସେ ବୀର

କରେ ସେତୁ କାର୍ଯ୍ୟ କର୍ତ୍ତବ୍ୟେ ତତ୍ପର !


ଛାର ମୁଁ ଅଜ୍ଞାନୀ ବର୍ଣ୍ଣିବି କିପରି

କରି ଦେବ କ୍ଷମା ଦୋଷକୁ ନ ଧରି !


   


Rate this content
Log in

Similar oriya poem from Abstract