STORYMIRROR

Niranjan Mishra

Abstract

4  

Niranjan Mishra

Abstract

କଳା ଶ୍ରୀମୁଖକୁ ଦେଖିବା ଚାଲ

କଳା ଶ୍ରୀମୁଖକୁ ଦେଖିବା ଚାଲ

1 min
303


କଳା ଶ୍ରୀମୁଖକୁ ଦେଖିବା ଚାଲ

ଚନ୍ଦରଉଦିଆ ମୁଖ ଦେଖ ଥରେ

ଦିଶୁଛି କେଡେ ଡଉଲ ଡାଉଲ ।

ଚକା ଚକା ନୟନ ତାର

ହରିନିଏ ମନକୁ ମୋର

ଦେଖି ଚକା ଆଖି ଆଖି ଯାଏ ଲାଖି

ଆଖିରେ ନପଡେ ପଲକ ମୋର।

ସିଏ ସିନା ରାଜାଧିରାଜ

ମୁଁ ମାତର ଛାର ମନୁଜ

ଆଖିରେ ପଲକ ନପଡଇ ତାର

ପଲକ ମୋ ପଡି ପାଇଲା ଲାଜ ।

ସେ ଯେଉଁ ସୁରଙ୍ଗ ଅଧର

ହରିନେଲା ମନକୁ ମୋର

ଚନ୍ଦ୍ର ସୂର୍ଯ୍ୟ ନେତ୍ର ଏ ବଡ ବିଚିତ୍ର

ମୁଖରୁ ଜାତ ଯାର ବୈଶ୍ୱାନର ।

ସୁନା ଦୁବ କେରାକୁ କେରା

ମଥା ଲାଗି ହୋଇଛି ପରା

ପାଟ ପୀତାମ୍ବର ଲାଗି ଶ୍ରୀଅଙ୍ଗର

ତୁଳସୀ ଦୟଣା ଝୁଲୁଛି ସାରା ।

ବାମେ ଦେଖ ସୁଦରଶନ

ସୁଭଦ୍ରିକା ମାତା ଦକ୍ଷିଣ

ତାଙ୍କ ଦକ୍ଷିଣରେ ଭାଇ ବଳଭଦ୍ର

ହଳ ମୂଷଳ କରନ୍ତି ଧାରଣ ।

ଶଙ୍ଖ ଚକ୍ର ଗଦା ଅମ୍ବୁଜ

ଶୋହେ ଦେଖ ଚତୁରଭୁଜ

ତୁଳସୀ କର୍ପୂର ବାସ ଚନ୍ଦନର

ସୁବାସ ଛୁଟୁଛି କି ସୁଖ ଆଜ ।

ଥରେ ତାଙ୍କୁ କଲେ ଦର୍ଶନ

ତୁଟିଯାଏ ମିଥ୍ୟାଭିମାନ

ଅଗତିର ଗତି ହୁଅନ୍ତି ଶ୍ରୀପତି

ନାଶନ୍ତି ପ୍ରାଣୀର ପାତକମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract