Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Others

4  

Chittaranjan Nanda

Abstract Others

ବ୍ୟକ୍ତିତ୍ବ ନିତ୍ୟାନନ୍ଦ ପାଲିତ

ବ୍ୟକ୍ତିତ୍ବ ନିତ୍ୟାନନ୍ଦ ପାଲିତ

1 min
403



ଦେଖିଛ କି ଭଉଣୀ ଭାଇ କେହି ଓଡିଆରେ 

କେଦାର ଗୋୖରୀ କଥାଚିତ୍ର 

ମନୋମୁଗ୍ଧକର ସ୍ୱତନ୍ତ୍ର ନୂତନ ଭାବେ ନିର୍ମାଣ 

ହୋଇଥିଲା ଭାଇ ଭାଇ ଚିତ୍ର |୧|


କଥାଚିତ୍ର ନିର୍ମାଣ କରିଥିଲେ ସେ ବ୍ୟକ୍ତିତ୍ବ ରଙ୍ଗ 

ମଞ୍ଚ ଛାଡି ସମ୍ପୂର୍ଣ୍ଣ ଭାବରେ

ସେଇ ଯୋଗଜନ୍ମା ବ୍ୟକ୍ତିତ୍ୱ ବିଭୁଷିତ ହୋଇଛନ୍ତି 

ଜୟଦେବ ସମ୍ମାନରେ |୨|


ଚଳଚିତ୍ର ପ୍ରସ୍ତୁତ କରିଥିଲେ "କ୍ରୀଏଟିଵ ମୁଭିଜ୍

ପ୍ରଡକ୍ସନସ୍" ମାଧ୍ୟମରେ

ଅନୁରାଗ, ବନ୍ଧୁ ମହାନ୍ତି, କୃଷ୍ଣ, ରଘୁ ଅରକ୍ଷିତ, 

କିଏ ଜିତେ କିଏ ହାରେ |୩|


ସୃଷ୍ଟି କରିଥିଲେ କୃଷ୍ଣ ସୁଦାମା, ମନ ଆକାଶ, 

ଧରିତ୍ରୀ, ବନ୍ଧନ, 

କିଏ କାହାର, ମଲା ଜହ୍ନ, ମା ଇତ୍ୟାଦି ବହୁ 

କ୍ଲାସିକାଲ ଛବି ମାନ |୪|


ଓଡ଼ିଆ କଥାଚିତ୍ରରେ, ଦେଶ କରିଛି ତାଙ୍କୁ 

ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ 

ବହୁ ବାର ଶ୍ରେଷ୍ଠ ନିର୍ଦ୍ଦେଶକ, ଓଡ଼ିଶା ସଙ୍ଗୀତ 

ନାଟକ ଏକାଡେମି ଦ୍ୱାରା ପୁରସ୍କୃତ |୫|


ଚଳଚ୍ଚିତ୍ର ବ୍ୟକ୍ତିତ୍ବ ନିତ୍ୟାନନ୍ଦ ପାଲିତ ଓଡ଼ିଆ 

ଚଳଚ୍ଚିତ୍ରେ ସୁବର୍ଣ୍ଣଯୁଗ ଆଣିଥିଲେ 

ରାଜ୍ୟର ମର୍ଯ୍ୟାଦାବୃଦ୍ଧି କରାଇ ଥିବା ସେହି 

ବ୍ୟକ୍ତିତ୍ୱ କଟକ ମାଟିରେ ଜନ୍ମିଥିଲେ |୬|


ପାଇବାନି ଆଉ ସେହିପରି ନାୟକ, ପ୍ରଯୋଜକ, 

ନିର୍ଦ୍ଦେଶକ ତଥା କାହାଣୀକାର

ହେ ମହାନ ବ୍ୟକ୍ତି, ତୁମ ସ୍ମରଣେ ମୋର ଭକ୍ତିପୂତ 

ଶ୍ରଦ୍ଧାସୁମନ କବିତାକୁ ଗ୍ରହଣ କର |୭|



Rate this content
Log in

Similar oriya poem from Abstract