ସମୟର ଆହ୍ୱାନ
ସମୟର ଆହ୍ୱାନ
ସମୟ କହୁଛି ବଢ଼ ଆଗକୁ
ପଛରେ ପଡିଲେ ପସ୍ତେଇବାକୁ
ମୋ ହାତ ଧର କର୍ମ କର ବୀର
ଓଡ଼ିଆ ପୁଅର ଶୀର ଉଚ୍ଚା କର
ପଛଘୁଞ୍ଚା ନାହିଁ ବୀରର ଜାତକେ
ନମରେ ସେ କେବେ ପରାଣ ଆତଙ୍କେ
ସମୟର ସ୍ରୋତ ଫେରିଯାଉଛି
ଆକାଶ ଛାତିରେ ତାରା ଚିଠି ଲେଖୁଛି
ଜହ୍ନ ଆଖିମାରି କହୁଛି ହସି
ତୁ ଥା ମୁଁ ଯାଉଛି ରୁଷି
ସମୟ କହୁଛି ଚକ୍ର ସାରଣୀ
କେବେ କୋଉଠି ରହିଯିବନି
ଆଗକୁ ଆଗକୁ ପକାଅ ପାଦ
ସମୟ ନୁହଁଇ ଜମା ଦୁର୍ଭେଦ୍ୟ ଅଭେଦ
କାଳଚକ୍ର ନାରାୟଣ ସର୍ଜନା ବେଳେ
ବ୍ରହ୍ମା ବିଷ୍ଣୁ ମହେଶ୍ୱର କଳି ଯୁଗରେ
ଅମୋଘ ଅସ୍ତ୍ର ଏ ସମୟ ଗତି
ଦୁଇନିଆଁ ମଝିରେ ଗତିମୁକ୍ତି
ସମୟକୁ ଧରି ହାତମୁଠାରେ
ପ୍ରାପ୍ତି ଓ ତୃପ୍ତି ଯେ ଆଶା କରେ
କଣ କହିବା ତାହାକୁ ଏ କଳି ଯୁଗରେ
ଶୋଇଯାଉଥିଲେ କୁମ୍ଭକର୍ଣ୍ଣ ପରମ ଶାନ୍ତିରେ
ମନେ ରଖିଛି ଦୁନିଆଁ ବିଭୀଷଣଙ୍କୁ ରାବଣ ପରେ
ସମୟ କହୁଛି ଉଠରେ ପୁତା ଶୁକ୍ର ଆକାଶରେ
ଅଳସୁଆ ଯିଏ ଝିଣ୍ଟିକା ପରି ଦୁଃଖ ଅସାରେ
କର୍ମ କରି ସମୟକୁ ହାତ ମୁଠାରେ ଧରି
ସୁଖ ଶାନ୍ତି ଲଭି ଯିବା ବୈକୁଣ୍ଠ ପୁରି ll