ମୃତ୍ୟୁ ପରେ ପରେ
ଘରେ ଓ ବାହାରେ
ସମସ୍ତେ କରନ୍ତି ବିଦା
ମଶାଣୀ ଏକା କୋଳେଇ ନେଇ
କହେ ଆ ଧନ ରଖିବି ଜିନ୍ଦା
କିଏ କେବେ ନା କେବେ ଆସିବେ
ଲୁହ ଢାଳି କହିବାକୁ ଅଲବିଦା
କିଏ ଦେବ କେତେ ସ୍ମୃତି ଉପହାର
ଧରି ହାତେ ଫୁଲ ଛନ୍ଦା
ପିମ୍ପୁଡି ଦେଖିଲେ ଡରୁଥିଲା ଯିଏ
ଶୋଇଅଛି ଆଜି ମଶାଣୀରେ ସିଏ
ଛାଡ଼ି ପରିବାର ଦୁଃଖ ଧନ୍ଦା
କିଏ ବି କହୁଛି ବଞ୍ଚିଥିବା ବେଳେ
କଲା ଯେତେ ଅସୁବିଧା
କିଏ ବି କହୁଛି ଜିଇଁ ରହିଥିଲେ
ଦେଉଥାଆନ୍ତା ଅନ୍ତତଃ ଶ୍ରଦ୍ଧା
ଲୁହ ଢାଳେ କିଏ ରାଧା
ଲହୁ ପିଏ କିଏ ଅଧା
ଗଲାଲୋକ ଯଦି ଉଠିଆସେ
ପ୍ରେତ କହି କରିବାକୁ ବିଦା
ଗୁଣି ଗାରେଡି ମନ୍ତ୍ର ତନ୍ତ୍ର କୁ
ଡାକୁଥାଏ କିଏ ସିଧା
ମଶାଣୀ କହେନା ବାବୁରେ
ମତେ ଜଣା ନାହିଁ ସ୍ନେହ କରୁଣା ଶ୍ରଦ୍ଧା
ପର ବୋଲି କେବେ ଭବେନା ଶବକୁ
ଶବର ନିଜର ମୁଁ ଏକା ଏକାନ୍ତ ଦାଦା
ବାପା ଥିଲା ପୁଅ ନହାରିଲା ପରି
ମଶାଣୀ ମୁଁ କରେ ସଭା
ଶବ ର କୋକେଇ ଉଭା
ଜୁଇ ରୁ ଛାଣି କୋଳେ ଧରି ଆଣି
ଦୁନିଆଁ କହେ ତୁଛାଟାରେ
ମଶାଣୀ ମାଙ୍କଡ଼ ଗେଧା
ମୃତକ କୁ ଙ୍କୁ ମାନଙ୍କୁ କରୁଥାଏ
ମଶାଣୀ ନିଶ୍ଚିନ୍ତ ଶ୍ରଦ୍ଧା