ନାଚ ମାନେ ତ ଗତି
ପୃଥିବୀ ର ଘୁର୍ଣ୍ଣନ ତ ନାଚ
ସମସ୍ତେ ଏଠି ଗତିଶୀଳ
ମାନେ ଆକତାମାକତା ନାଚ
ନାଚେ ମନ ଧନ ଯୌବନ ଜୀବନ
ନାଚେ ବି ନିଜେ ନାଚ
ହାତ ପାଦ ନଥିବା ନାଚ
ଆଣେ ମାଦକତା
ପଟେ ପାଣିକାଚର ନାଚ
ତ ଗଛ ମିଛ ଓ ମାଛର ନାଚ
ନାଚ ଠିକ ଗୋଟେ କାଇଁଚ
ତୋର ମୋର ନାଲି ପଇଁଚ
ନଈ ନଦୀ ଗାଡିଆ ପୋଖରୀ
ଯୋଉଠି ଦେଖ ପିଠିଆ କଇଁଚ
ଭୁଲି ସ୍ୱଚ୍ଛ ଅସ୍ୱଚ୍ଛ ଖଚ୍ଚ ମିଛ
ଚାଲିଛି ମାଦଳ ତାଳେ ନାଚ
ଆମ୍ବ ପାଚ ବେଲ ପାଚ
ମିଛ ପାଚ ଖଚ୍ଚ ବି ପାଚ
କିନ୍ତୁ ନାଚରେ ନାହିଁ ବାଛ
ବରଂ ପାଞ୍ଚ ଓ ପାଞ୍ଚି ନାଚ
ନକରି ପେଞ୍ଚ ନାଚ ଆଉ ନାଚ
ଉଠାଇ ଚାଞ୍ଚ ବଞ୍ଚ ଓ ନାଚ
ଅତିକ୍ରମ କରି ପାହାଚ ପରେ ପାହାଚ
ଛାଡ଼ି ଖଚ ଓ ମିଛ
ଜାନୁଆରୀ ରୁ ମାସ ମାର୍ଚ୍ଚ
ପୁଣି ଠ ରୁ ଚ ହୋଇ ନାଚ
ଖାଇ ପିଇ ନାଚି ନାଚି
ଖଇ କଉଡ଼ି ବିଞ୍ଚ
ପୁଣି ବଞ୍ଚିବାକୁ ନାଚ
ନାଚି ନାଚି ଯିବ ପାଚି
କିଛି ଦିନ ବଞ୍ଚି ବିଞ୍ଚି ରଚ ଓ ନାଚ