STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ପ୍ରଣୟୀ 

ପ୍ରଣୟୀ 

1 min
0


ପାନ୍ଥଶାଳା ରେ ଲେଖିନି କେବେ 
ପ୍ରଣୟର ପ୍ରତିଛବି 
ଲେଖିନି କବିତା ତୁମ ନାମେ 
କାନ୍ଥରୁ ଯିବ ଲିଭି 
ମନ ଦର୍ପଣେ ଦେଖିଛି ନିଈତି 
ରୂପରାଇଜର ରାଜକବି 
ଭଲପାଏ ବୋଲି କହିନି କେବେ 
ପିନ୍ଧିନି ପୋହଳା ରୁବି 
ଶବ୍ଦର ଗଜରା ତୁଳୀରେ ରଙ୍ଗ 
ଦେଇ ଦେଖେ ଉଇଁ ରବି 
କାହା ନିର୍ଦ୍ଦେଶ ନଥାଇ ଯେତେ ଆଙ୍କିଲେ 
ହେବକି କେବେ ଚକାଆଖିର ଛବି 
ତାକୁ ଭଲପାଇ ବାନ୍ଧିରଖିଲେ ହୁଏତ 
ଡୋରି ଲାଗି ଦେଖି ଯିବି 
ପତିତପାବନ ବାନା କି ସୁନ୍ଦର ହୁନ୍ଦରେ 
ମନ ଘାରୁଥାଏ ଭାବି 
ଚନ୍ଦନ ବନ କସ୍ତୁରୀ ଦହନ ଅଗରୁ ଲେପନ 
ଭାବ ଓ ଭକ୍ତିରେ ଚାଲୁଥିବି 
ଏତିକି ଗୁହାରି ମଣିମା ଶୁଣିମା ମନ କାନ୍ଥରେ 
ଦେଖିନିଅ ତୁମ ଛବି 
କେବେ କାଳେ ଯିବ ଯଦି ଲିଭି 
ନିଜେ ନିଜକୁ କ୍ଷମା କରିବାକୁ 
ଅପରାଧି ହେବି ଭାବି
ତୁମ ରାଇଜର ଅତିଥି ମୋର କ୍ଷୁଦ୍ର ବଳୟ 
ରୂପରାଇଜର ରାଜାଜେମା କିପରି ହେବି 
ଦୟା ଥିଲେ ହରି ଭବୁ ନିସ୍ତରିଲି 
ତୁମ ନାମ କୁଆ ପରି ଜପି ରାବି 
ଶୀତଳ ଚନ୍ଦନ କସ୍ତୁରୀ ମନ ଉପବନ 
କରପଲ୍ଲଵ ରଖି ନୀଳପଦ୍ମ ନାଭି


Rate this content
Log in

Similar oriya poem from Romance