ବାବୁଲା ପାଇଁ ଗୀତଟିଏ ,,,,,,,,,,,,,,,,,,,,,,,,,,,,,,
ବାବୁଲା ପାଇଁ ଗୀତଟିଏ ,,,,,,,,,,,,,,,,,,,,,,,,,,,,,,
1 min
1
ଗୁଣୁ ଗୁଣୁ ଗୀତ ଗାଇ
ଆ ରେ ଭଅଁର ଭାଇ
ଉଡି ଉଡି ପ୍ରଜାପତି
ବଗିଚାରେ ଗାଆ ଗୀତି
ମହୁମାଛି ଲୁଚି ଛପି
ଗାଆ ତୁ ରାଗ ଚୋଖି
ବାବୁଲା ଶୁଣିବ ବସି
ହୋଇବ ଭାରି ଖୁସି
ବଗିଚାରେ ପଶି
ଦେଖିବ ଗଛ ତୁଳସୀ
ଚଉରା ମୂଳେ କଳସୀ
ଜଳ ଢାଳ ଧରି ମାଆ ମାଉସୀ
ଦିଅନ୍ତି ଗଛରେ ପାଣି
ପିଅନ୍ତି ଟଙ୍କ ତୋରାଣୀ
ରାଇଜର ପଖାଳ ପାଣି
ସୁଆଦ ସବୁଠୁ ଜାଣି
ବାବୁଲା କହେ ପିଇବ ଆଣି
ପଇସା ନେବ ଗଣି
ପାଣି ପିଇବ ଛାଣି
ତୋରାଣୀ ଲାଗୁଛି ଲୁଣି
ବାବୁଲା ହୋଇବ ଜ୍ଞାନୀ ଗୁଣି
ଜେଜେମାଆ ଜେଜେ
ଆଶୀର୍ବାଦ ଦେଵେ ଜାଣି
ବାବୁଲା ପାଇଁ ଗୀତଟି ଏହି
ଆଉ ଦିପଦ ଦିଅ ମିଶାଇ
ଖୁସିରେ ବାବୁଲା ଉଠିବ ଚେଇଁ
ଖରା ଗରମ ରେ ପଖାଳ ଦିମୁଠା
ଖାଇବ ସେହି ଦହି ପକାଇ
,,,,,,,,,,,,,,,,,,,,,,,,,,,,,,,,,
