ସମୟ ଆସିଛି
ସଂବାଳୁଆରୁ ପ୍ରଜାପତି
ଖୋଳପା ଛଡ଼େଇବା ପ୍ରଗତି
ଆତ୍ମବିଶ୍ୱାସରେ ଶାନ୍ତି ପ୍ରୀତି ମୈତ୍ରୀ
ବୁଢିଆଣୀ ଜାଲ ବୁଣେ
ମାଟି ମାଠିଆ ପାଣି ଛାଣେ
କୃଷକ ବିହନ ବୁଣେ
ସରେନା ତାତି, ସ୍ମୃତି ବିତି
ଆଣେ ଅସରନ୍ତି ରାତି
ଏସବୁ ଖୋଳପା କରାମତି
ପାଣିରୁ ଲୁଣ
ବଳଦକୁ ମଣ
ସବୁଥିରେ ରାଜନୀତି
ସେ ପ୍ରଥା ଓ ପ୍ରଗତି
ନିଶ୍ଚିନ୍ତ ଖୋଳପା ଛଡା ପ୍ରତିଶ୍ରୁତି
ସାପ କାତି ଛଡ଼ାଏ
ମଣିଷ ଛିଡାଏ ସମ୍ପର୍କ ଧୋତି
ତଥାପି ଥାଏ ଅଛି ଥିଲା ଥିବ ର
ମିଠା ମିଠା ଅନୁଭୂତି
ଖୋଳପା ଛାଡୁଥାଏ
କି ଦିନ କି ରାତି
ମାସ ବର୍ଷ ଦିନ ବିତି
ଖୋଳପା ଛାଡ଼ି ନୂତନ ସଂସ୍କୃତି
ଉଡ଼େ ଚାରିଆଡେ ଛିଟ ପ୍ରଜାପତି
କାନ୍ଥ ବାଡ଼ ବନ୍ଧ ଡେଇଁ
ଖୋଳପା ଛାଡୁ ଛାଡୁ ଅଗ୍ରଗତି
ଦୂରେଇ ଅପସଂସ୍କୃତି
କେବଳ ସଂହତି ଓ ସଂହତି
ଖୋଳପା ଛାଡୁଥାଏ ନହୋଇ ଇତି