STORYMIRROR

Niranjan Sahu

Abstract Others

3  

Niranjan Sahu

Abstract Others

ନିଶ୍ଚୟ ମୁଁ ଦିନେ ଫେରିବି

ନିଶ୍ଚୟ ମୁଁ ଦିନେ ଫେରିବି

1 min
323

ଜାଣେନାହିଁ କିଛି ଆଗତ କଥାକୁ    

କେମିତି ସଂସାର ଛାଡ଼ିବି

ଭଲରେ ଯିବି କି ଖରାପରେ ଯିବି

ନିଶ୍ଚୟ ମୁଁ ଦିନେ ଫେରିବି,


ଆଜି ମୁଁ ରହିଛି ଗତକାଲି ଥିଲି

ଆଗକୁ କେମିତି ବଞ୍ଚିବି

ତଥାପି ମନରେ ଦୁଃଖ ନାହିଁ ମୋର

ନିଶ୍ଚୟ ମୁଁ ଦିନେ ଫେରିବି,


ଜେତିକିରେ ଅଛି ଖୁସିରେ ଅଛି

ଦୁଃଖ କିଆଁ ମୁଁ କରିବି

ଜାଣିଛି ମୁଁ ଦିନେ ଏଇ ଦୁନିଆଁରୁ

ନିଶ୍ଚୟ ମୁଁ ଦିନେ ଫେରିବି


ଯିଏ ଆସିଅଛି ସିଏ ଫେରିଅଛି

ନିଜ ଅଭିନୟ ସାରିକି

ମୋର ଅଭିନୟ ସରିଯିବ ଯେବେ

ଚାଲିଯିବି ନିଶ୍ଚେ ଫେରିକି,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract