STORYMIRROR

Niranjan Sahu

Tragedy

3  

Niranjan Sahu

Tragedy

ନିୟତିର ଖେଳ ସଭିଙ୍କ ପାଇଁ...

ନିୟତିର ଖେଳ ସଭିଙ୍କ ପାଇଁ...

1 min
307


ବିଧବା ମାନଙ୍କ ,କିଅବା ଜୀବନ 

ଜିଇଁଲେ ଜିଇଁଲା ନହେଲେ ନାହିଁ

ଦୁଃଖ କାହାଣୀକୁ କାହାକୁ କହିବ

କହିଲେ ଶୁଣିବା ଲୋକ ଟେ ନାହିଁ,,...


ଦୁଃଖକୁ ବାଣ୍ଟିଲେ କିଏ ଭାଗ ନେବ

ବାଣ୍ଟିଲେ ବାଣ୍ଟିଲା ନହେଲେ ନାହିଁ

କଥା ପଦେ ପାଇଁ ସାଥିଟିଏ ନାହିଁ

କଥା ହେଲେ ହେଲା ନହେଲେ ନାହିଁ,,....


ଏକଲା ବଞ୍ଚିଛି ସାଥୀବିନା ହୋଇ

ଆଗକୁ ଯାଉଛି ପାଦ ବଢ଼େଇ

ମରିଗଲେ କିଏ ଆହା କହିବନି

ମରି ପାରି ହେବ ଜୀବନ ନଈ......


ବିଧବା ପଦଟେ ସମାଜେ ପାଇଛି

ଅପବିତ୍ର ବୋଲି ନାମକୁ ବହି

କିଏ ବୁଝନ୍ତିନି କିଏ ମନର ବେଦନା

ଯିଏ ଯାହା ପାରେ ଯାଆନ୍ତି କହି.........


ସମୟ ଚକର ଘୁରି ବୁଲୁଅଛି

ଦଇବ ଦଉଡି ମଣିଷ ଗାଈ

କେତେବେଳେ ସୁଖ କେତେବେଳେ ଦୁଃଖ

ନିୟତିର ଖେଳ ସଭିଙ୍କ ପାଇଁ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy