STORYMIRROR

Niranjan Sahu

Tragedy Inspirational

3  

Niranjan Sahu

Tragedy Inspirational

ମଣିଷ ଲୋପ ପାଇବ

ମଣିଷ ଲୋପ ପାଇବ

1 min
248


ଆଜିର ମଣିଷ ଶିକ୍ଷିତ ହୋଇଲେ

ହିତାହିତ ଜ୍ଞାନ ଭୁଲିଲେ

ଦୁର୍ଲ୍ଲଭ ଜୀବନ ମଣିଷ ପାଇଲେ

ଅମଣିଷ ଭଳି ହୋଇଲେ........


ମାଆର ପେଟରୁ ଜନମ ହୋଇଲେ

ସ୍ତନ କ୍ଷୀର ଝୁଣି ଖାଇଲେ

ସ୍ତନ କ୍ଷୀର ଖାଇ ଶକ୍ତିଶାଳୀ ହୋଇ

ନାରୀ ଙ୍କୁ ଉପେକ୍ଷା କରିଲେ........


ନିଜର ମାଆ ବି ନାରୀଟିଏ ଅଟେ

ଏକଥା କୁ ସବୁଭୁଲିଲେ

କନ୍ୟାରତ୍ନ ଟିଏ ଜନମ ହୋଇଲେ

ଏଣେ ତେଣେ ମାରି ଫିଙ୍ଗିଲେ.....


ମଆଟିଏ ଲୋଡ଼ା ଜନମ ନେବାକୁ

ସ୍ତ୍ରୀ ଲୋଡ଼ା ସାଥିପାଇଁ

କନ୍ୟା ରତ୍ନ ଟିଏ ଜନମ ହୋଇଲେ

ମନ ହୁଏ ହାଇଁ ପାଇଁ........


କେତେ ନାରୀହତ୍ୟା କେତେ ଭ୍ରୁଣ ହତ୍ୟା

ନୀତି ଗଣମାଧ୍ୟମ କହୁଛି

କ୍ଷଣେ ପ୍ରତୀକ୍ଷଣେ କେତେ ଯେ ଅବଳା

ଅକାଳରେ ଝଡିପଡୁଛି......


ଏସିଡି ମାଡ଼ରେ କେତେ ଯକେତେ ନାରୀ

ବିକଳାଙ୍ଗ ହୋଇଯାଉଛି

ଯୌତୁକ ଜୁଇରେ କେତେ ଯେ ଅବଳା

ଛଟପଟ ହୋଇ ସଢ଼ୁଛି......


କେତେଯେ ଅବଳା ବାଟରେ ଘାଟରେ

ଧର୍ଷଣ ଶିକାର ହେଉଛି

ନାରିମାଂସ ଲୋଭି ଦେହଜ୍ବାଳା ଭରି

ଏଣେ ତେଣେ ମାରି ଫିଙ୍ଗୁଛି....


ଏମିତିକା ଯଦି ଲାଗି ରହିଥିବ

ନିଶ୍ଚୟ ସେଦିନ ଆସିବ

ନାରୀ ଜାତି ଯଦି ଲୋପ ପାଇଯିବ

ମଣିଷ ଲୋପ ପାଇବ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy