STORYMIRROR

Binay Mohapatra

Tragedy Classics

3.4  

Binay Mohapatra

Tragedy Classics

ଇସ୍ତାହାର

ଇସ୍ତାହାର

1 min
164


ସମୟର ପ୍ରାଚୀର ଦେହେ

ଅନେକ ପ୍ରଚାର ପତ୍ର,

ଝୁଲୁଥାଏ ବର୍ଷ ବର୍ଷ ମାସ ମାସ,

ସାରା ଅହୋରାତ୍ର ।


ନିର୍ବାଚନ ଇସ୍ତାହାର ନୁହେଁ,

ନୁହେଁ ସେ ଯେ ନୂତନ ସିନେମା ପୋଷ୍ଟର,

ପ୍ରତିଟି ଅକ୍ଷର, ଦିଶେ ଅତି ପରିସ୍କାର,

ଟୋପି ଟୋପି ଲୁହ ଆଉ ନାଲି ରକ୍ତେ ଛପା,

କେଇ ଧାଡି ଲୋହିତ ଅକ୍ଷର,

ଦରଦୀ ପ୍ରାଣର, କରୁଣ ଇସ୍ତାହାର ।


ଅନେକ ବର୍ଷ ପରେ ବି,

ସେଇ ରଙ୍ଗ ସେଇମିତି ଅଛି,

ବର୍ଷା ପାରି ନାହିଁ ପୋଛି ।


ଅନେକ ସୂର୍ଯ୍ୟର ତେଜ ସହିବା ପରେ ବି,

ସେ ରଙ୍ଗ ହୋଇ ନାହିଁ ଫିକା,

ସେ କିଛି ଏମିତି ସେମିତି କଥା ନୁହେଁ,

ସେ କେତେଯେ ଯୁଗର ବେଦନାର ଗାଥା,

ଟୋପା ଟୋପା ଲୁହ

ଆଉ ରକ୍ତରେ ଲେଖା,

ଦୁଃଖ ଯନ୍ତ୍ରଣା ଯା'ର ଜୀବନର ସଖା ।


ବିଶ୍ୱାସର ବାଲିବନ୍ଧ ଧସିଯାଏ

ପ୍ରତାରଣାର ଶ୍ରାବଣ ବର୍ଷାରେ,

ଆଶାର ଫସଲ ସବୁ ଅଦିନେ ଉଜୁଡି ଯାଏ

ନିରାଶାର ଘନ ଅନ୍ଧକାରେ ।


କେବେ ନେତା ଭରସା ଦେଇ

ଲୁଟିନିଏ ପାଞ୍ଚବର୍ଷର ସପନ,

କେବେ ଅଫିସର ଖାଇଯାଏ

ବନ୍ୟାରେ ଘରଭଙ୍ଗା ଧନ ।

<

br>

କେବେ ପ୍ରକୃତି ବିଗାଡି ଯାଏ

ପାଚିଲା ଫସଲ କିଆରୀ

ଦୁନିଆର ପେଟ ଭରୁ ଭରୁ

ଚାଷୀଟିଏ ହୋଇଯାଏ ଦାଣ୍ଡର ଭିକାରୀ ।


ରକ୍ତ ନିଗାଡେ, ଝାଳ ପୋଛେ,

ଆଲିଶାନ ବଙ୍ଗଳା,

ନଭଶ୍ଚୁମ୍ବୀ ସୌଧ ଗଢିଯାଏ,

ଦୁଇମୁଠା ପଖାଳରେ

ଆପଣାର ପେଟ ଭରିନିଏ,

ଗଜଦନ୍ତ ପଲଙ୍କ ଗଢେ

ମଖମଲି ଶେଜ ବିଛାଇ ଦିଏ

ହେଲେ, ଦିନ ଶେଷେ ଶୋଇଯାଏ

ଝୋପଡିର ପଲିଥିନ ଛାତତଳେ

ଛିଣ୍ଡା କନ୍ଥା ବିଝାଇ,

କ୍ଳାନ୍ତ ଆଖିରେ ତାର ସ୍ୱପ୍ନ ଭରିନିଏ ।


ଏବେ ଧୈର୍ଯ୍ୟର ଦୁର୍ଗ ପ୍ରାଚୀରରୁ,

ଇଟାଧାରୁ ଝୁରୁ ଝୁରୁ ଝରିଯାଏ ବାଲି,

ଦୁର୍ଗ ସେ ଗଢିଥିଲା ଦିନେ

ଛୋଟ ଛୋଟ ସ୍ୱପ୍ନ ଆଉ

ଆଶାର ଚୁନ ସିମେଣ୍ଟ

ଆଉ ପ୍ରେମର କେତେ ରଙ୍ଗ ବୋଳି ।


ସେଇ ଦୁର୍ଗ ଆଜି,

ଅଭିମାନେ ଭୁଷୁଡି ପଡେ,

ସବୁ କିଛି ହରାଇ ଦେଲାପରେ

ରାଜ ଦାଣ୍ଡେ ଭିକାରୀ ମୁଁ ବୁଲେ,

ବିଶ୍ୱାସର ବିଷ ପିଇ ନିଏ

ଅତିଲୋଭି ବିଶ୍ୱାମିତ୍ର ହାତେ,

ସୁଖସବୁ ସମର୍ପି ଦେଲାପରେ

ଅସହାୟ ହରିଶ୍ଚନ୍ଦ୍ର ଆଜି

ନିଜ ଜୀବନର ମଶାଣୀରେ

ଶବ ସାଜି ଶବର ପହରା ଦିଏ ।


Rate this content
Log in

Similar oriya poem from Tragedy