STORYMIRROR

Padmalaya Mishra

Abstract Others

3  

Padmalaya Mishra

Abstract Others

ପ୍ରତୀକ

ପ୍ରତୀକ

1 min
248

ପୁରୁଷ

........


ଅହଂ ରାଇଜର ବାଦଶାହ

ଅଭିମାନର ଖଡ୍ଗ ଧରି

ସମ୍ପର୍କକୁ କରୁଥାଏ ବ୍ୟବଚ୍ଛେଦ

ତୋଳିଥାଏ ଜିଦ୍ଦି ପ୍ରାଚୀର ଘେରା

କ୍ରୋଧର ମଜବୁତ ମହଲ ।

ଅଣନିଶ୍ଵାସୀ ହେଲେ ବି

ଭାଙ୍ଗି ପାରେନି ସେ ମହଲ

କି ଛାଡି ପାରେ ନାହିଁ

ସେ ଅହଂର ରାଇଜ .....


ନାରୀ

........


ସ୍ଵାଭିମାନର ଚାଦର ଘୋଡେ଼ଇ

ପୁରୁଷ ତିଆରି ମହଲର

ପ୍ରେମ ଝରକା ଫାଙ୍କରେ

ଚାହିଁ ରହିଥାଏ ରଙ୍ଗୀନ ଦୁନିଆକୁ

ଅପେକ୍ଷା କରି ସ୍ନେହର

ଦଲକାଏ ପବନକୁ, ଅପେକ୍ଷା କରେ

ପୂର୍ଣ୍ଣିମାର ପୂର୍ଣ୍ଣ ଜହ୍ନକୁ

କାନ ଡେରି ରହେ

ସମୟର ବଦଳିବା ପଦଧ୍ଵନିକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract