କଳ୍ପନl
କଳ୍ପନl
ବାସ୍ତବିକତାର ପୂର୍ବ
ବାସ୍ତବିକତାର ଅତୀତ ର
ଅନ୍ୟ ନାମ କଳ୍ପନା ।
ବଞ୍ଚିବାର ରାହା
ଜୀବନ ଜୀବିକା ର ସାହା
ମୋହ ମାୟା ଦୁନିଆଁ ର
ଅଟେ କାୟା ମାୟା ଛାୟା
ସେହି ଚିର ପରିଚିତ କଳ୍ପନା ।
ଭାବବାଦ ବସ୍ତୁବାଦର
ସ୍ଵପ୍ନ ସେହି. ମାନବିକତା
ଓ ମଣିଷ ପଣିଆର
ରୂପ ରଙ୍ଗ ସେହି
ଅନ୍ତରର ସେ ବେଦନା
ସେ ଅଟେ ସମଗ୍ର ମାନବ
ଜାତିର ଚିନ୍ତା ଓ ଚେତନା
ସେ ଆମ ସମସ୍ତଙ୍କ
ଚିର ପରିଚିତ କଳ୍ପନା।
ମୁଁ ନୁହେଁ ଆମେ ରେ
ବିଶ୍ବାସୀ ସେ
ବିଶ୍ଵ ବ୍ରହ୍ମାଣ୍ଡ ର ମଙ୍ଗଳ ପାଇଁ
ଉଦ୍ଦିଷ୍ଟ ସେ
ଜୀବ ପରମ ଙ୍କ ର ଯେ କରେ ସର୍ଜନା
ସେ ଆମ ସମସ୍ତଙ୍କ ଚିର ପରିଚିତ କଳ୍ପନା ।
ନିରୁଦ୍ଦିଷ୍ଟ ମଣିଷର
ଆଶା ନିରାଶାର ଭାବନା
ପରିବାର ପରିବେଶ ର
ସେ କରେ ସର୍ଜନା
ମିତ୍ରତା ଶତ୍ରୁତା କୁ
ଭାଙ୍ଗିବା ଗଢିବା ର
ଆଶା ଆକାଂକ୍ଷା ର ଯେ ମୂର୍ଚ୍ଛନା
ସେ କଳ୍ପନା ସେ କଳ୍ପନା ।
ନିତ୍ୟ ଅନିତ୍ୟ ମଧ୍ୟରେ
ପାର୍ଥକ୍ୟ ତାକୁ ସବୁ ଜଣା
ସବୁ ନାହିଁ ନାହିଁ ମଧ୍ୟରେ
ଆଶାର କିରଣ ଦିଏ ସିଏ ସିନା
ନକରାତ୍ମକ ଓ ସକରାତ୍ମକ
ଚିନ୍ତା ଓ ଚେତନା ର ଅଧିକାରୀ ସେ
ସେ ପରା ସର୍ବଗୁଣ ସମ୍ପର୍ଣ୍ଣା
ସେ ଆମ ସମସ୍ତଙ୍କ
ଚିର ପରିଚିତ କଳ୍ପନା।
ବିଶ୍ଵ ମାତୃକାର ସେବା ତଥା
ବିଶ୍ଵ ବ୍ରହ୍ମାଣ୍ଡ ର ମୂଳକଥା
ସବୁର ସେ କରିଛି ସର୍ଜନା
ଜୀବ ଜଗତ ର ଉତ୍ପତ୍ତି
ମାନବ ସମାଜର ଉନ୍ନତି
ସବୁର ଯେ କରିଛି କଳନା
ସେ ଆଉ କେହି ନୁହେଁ
ସେ ଏହି ଆମ ସବୁ
ମାନବ ଜାତିର ମସ୍ତିଷ୍କ ର
କଳ୍ପନା ପରିକଳ୍ପନା ।
ଜୀଇଁବା ମରିବା
ଜୀବନ ଜୀବିକା ପାଇଁ
ପ୍ରତି ମୁହୂର୍ତ୍ତରେ
ସଂଘର୍ଷ କରିବା
ନୀତି ଆଦର୍ଶ
ଅନ୍ୟାୟ ଅନୀତି କୁ ବିଚାର କରିବା
ସବୁରି ମୂଳରେ ଅଛି ଆମ ଚେତନା
ଠିକ୍ ଭୁଲ୍ ର ବିଚାର କରେ ଯେ
ଆମ ସଭିଙ୍କର ସେ ଚିର ପରିଚିତ
କଳ୍ପନା ସେ କଳ୍ପନା।
