STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ସମର୍ପିତା

ସମର୍ପିତା

1 min
181

ନାରୀ ଟିଏ ତୁହି ଅଟୁ ନାରାୟଣୀ

ସବୁ ଅସମ୍ଭବ କରୁ ସମ୍ଭବ

ସୁଖରେ ହେଉବା ଦୁଃଖରେ ହେଉ

ଅକ୍ଳେଶରେ ବୋହୁ ସଂସାର ନାବ ।


ନିଜ ଦୁଃଖ ସବୁ ପଣତେ ସାଉଁଟି

ସଳିତାଟେ ହୋଇ ଜଳୁ

ତଥାପି ଥକୁନି ଜୀବନ ଜଞ୍ଜାଳ ରେ

ସୁରୁ ଖୁରୁରେ ସଂସାର ଚାଳୁ ।


ଜଞ୍ଜାଳ ଭିତରେ ଜଡସଡ ହୋଇ

ସଦା ଜାଗ୍ରତ ରେ ଥାଉ

ସଂସ୍କାର ସଂହିତା ଭାଗବତ ଗୀତା

ପିଲାଙ୍କୁ ତୁ' ଶିକ୍ଷା ଦେଉ ।


ସବୁ ଅସମ୍ଭବ ତୋପାଖେ ସମ୍ଭବ

ସେପାଇଁ ତୁ' ଅପରାଜିତା

ଗୃହ ମନ୍ତ୍ରୀ ସାଜି ଘରତୁ ଚଳାଉ

ତୁ'ଯୁଗେ ଯୁଗେ ସମର୍ପିତା।


କେତେବେଳେ ଜଳୁ ଦୀପଟିଏ ପରି

ଆନେ ଦେଇ ତୁ'ଆଲୋକ

ଧୈର୍ଯ୍ୟର ସହିତ କାମ କରିଥାଉ

ଅନ୍ୟକୁ ଦେଇ ଆଲୋକ।


ଜଳ ସ୍ଥଳ କିମ୍ବା ଆକାଶ ମାର୍ଗରେ

ସବୁଠି ତୁ' କାର୍ଯ୍ୟରତ

ଅଧୁନା ଅଛୁ ତୁ' ରାଷ୍ଟ୍ର ସିଂହାସନେ

ଏତ ନାରୀ ଯାତିର ଟେକ ।


ସ୍ପର୍ଶ କାତର ନାହିଁ ତୋ ପାରିଲା ପଣରେ

ସବୁ ଅସମ୍ଭବ ସମ୍ଭବ ହୁଏ

ସେଥିପାଇଁ ପରା ଏ ଜନ ସମାଜରେ

ନାରୀ ନାରାୟଣୀ ତୋତେ କହେ।


ଆଶା ଅରୁଣିମା ଔଶ୍ୱରୀୟ ସତ୍ତା

ଅଦ୍ଭୁତ ତୋ' କାର୍ଯ୍ୟ ଶୈଳୀ

ଅହର୍ନିଶି ତୋର ଜାଗରଣ ମାଳ

ପରିଚୟ ତୋର ପ୍ରଭାବଶାଳୀ।


ସବୁ ଅସମ୍ଭବ ସମ୍ଭବ ତୋ ଦ୍ୱାରା

ତୁ' ପରା ଅଟୁ ଦୁହିତା

ପ୍ରସାରିତ ତୋର ଦୁଇ ଭୂଜ ପରା

ଯୁଗ ଯୁଗ ସମର୍ପିତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract