STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ମୋ ଦେଶ

ମୋ ଦେଶ

1 min
190


  ସେ ମୋ ଜନ୍ମ ଭୂମି

  ସେ ମୋ କର୍ମ ଭୂମି

  ମାଟି ମା ମୋ'ର

  ସେ ମୋ ସୁନାର ଭାରତ ବର୍ଷ

   ମୋ ଦେଶ ସେ ମୋ ଦେଶ ।


   ନାହିଁ ଭେଦଭାବ 

   ନାହିଁ ପର ଆପଣା ଭାବ

   ପୁଣ୍ୟତୋୟା ଗଙ୍ଗା

   ଧୋଇନିଏ ଯା'ର ପାପ l

   ମାତୃ ଜାତିର ଅପମାନ

   ଯେ ଦେଶର ଅଭିଶାପ

   ସବୁ ଜାତି ଧର୍ମ ହୋଇ ଏକତ୍ରିତ

   ଫୁଟାନ୍ତି ଯା ମୁଖେ ହସ l

   ସେ ପୁଣ୍ୟ ଭୂମି

   ସେହି ଦେବ ଭୂମି 

  ଏଇ ମୋ ଭାରତ ବର୍ଷ

  ଏଇ ମୋ ଦେଶ।


    ଶାନ୍ତି, ମୈତ୍ରୀ, ଏକତା

    ଅଟେ ଏହାର ମୂଳ ମନ୍ତ୍ର

    ନଦ, ନଦୀ,ହ୍ରଦ,

    ଝରଣାରେ ଭରା l

   ଏହି ମୋ'ର ଦେଶ ପରା

   ନାନା ବେଶଭୂଷା, ନାନା ଖାଦ୍ୟାଭ୍ୟାସେ

   ଏ ଦେଶେ ବଞ୍ଚିଛି ପୁଣି ଭାଇଚାରା l

    ଗୋଟିଏ ମାଆର ଆମେ ଯେ ସନ୍ତାନ

    ଶାନ୍ତି, ମୈତ୍ରୀ, ଏକତା, ମୁକ୍ତିରେ ଗଢା

   ଏଇ ମୋ ପୁଣ୍ୟ ଭୂମି ଭାରତ ବର୍ଷ

     ଏଇ ମୋ ଦେଶ ଏଇ ମୋ ଦେଶ।


   


  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract