STORYMIRROR

Sanjya Tripathy

Abstract

3  

Sanjya Tripathy

Abstract

ଫୁଲ-ଦ୍ଵିତୀୟ ଈଶ୍ବର

ଫୁଲ-ଦ୍ଵିତୀୟ ଈଶ୍ବର

1 min
116


ମୁଁ ମରିଗଲେ କି ତୁ ମରିଗଲେ

ଫୁଲଗଛର କ’ଣ ବା ଯାଏ ?

ଫୁଲ ଗଛର ମୂଳରେ ଦଶଭୋଜିର ଆମ୍ବିଳ ଢାଳିଦେଲେ

ଏହା ବେଶ୍ କଥାକୁହା ହୋଇଯାଏ

ଏଇ ଯେମିତି ତୋର ଚାଇନା ଭ୍ରମଣର ବୃତ୍ତାନ୍ତ

ଅବା ବୃତ୍ତାନ୍ତ ଏକ ସ୍ଵପ୍ନର

ସ୍ଵପ୍ନର ଇଲାକାରେ ଆମେ ତୁମେ ମରିଯାଉଥିବା ବେଳେ

ବେଶ୍ ହଲାପଟା ହୋଇ ଆସନ୍ତି ଈଶ୍ୱର

ତୁମେ କୁହ ଆଜ୍ଞା- ମାନବ ମାନେ ମରିଗଲେ

ଏବେ ସେ ଫୁଲଗଛ ମୂଳର ନନ୍ଦା ଓ

ଆମେ କେଇଜଣ ହଳଦି ବସନ୍ତ

ଈଶ୍ୱର କହିଯାନ୍ତି କର ତୁମେ ବିହଙ୍ଗ ବିପ୍ଳବ

ମୁଁ ଏ ମାନବଟିକୁ ନେଇଯାଉଛି ପରୀକ୍ଷା ପାଇଁ

ତାରିଖ ପରେ ତାରିଖ୍ - ତାରିଖ ପରେ ତାରିଖ୍

ସ୍ଵାଧୀନତାରୁ ଏ ଯାଏଁ ଆମେ ପାଇଛେ କଣ ?

ସମ୍ପା ତାରିଖ ଓ ତାର ବାକି ଇତିହାସ

କିଏ ବା ଆଣିଦେବ ସେ ମହେନ୍ଦ୍ର ମୁହୂର୍ତ୍ତଟିକୁ

ଫୁଲଗଛର କୌମୁଦି ସୌରଭ ଭରିଦେବ ମହକିତ ମଳୟ

ମୋର, ତୁମର ଓ ସେମାନଙ୍କର ସବିଶେଷ ପରିଚୟ

ଈଶ୍ୱରଙ୍କ ଡାଏରୀ।ର ଗୋଟି, ପୃଷ୍ଠା

ନେପଥ୍ୟ କୋଳାହଳ ଓ ମଧ୍ୟପଦଲୋଭୀ କର୍ମଧାରୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract