Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ହତ୍ୟାଆଖି ପୁଛିଳାକେକୁଆନ୍ ପିଲିଟ

ହତ୍ୟାଆଖି ପୁଛିଳାକେକୁଆନ୍ ପିଲିଟ

1 min
150


ଚକୁ ଛୁରୀରେ ଭୁଷି ଦେଲେ

ପିଲା ଲଥ୍ କରି ପଢିଗଲା

ପାଖ ପଡୋଶୀ ଦେଖଣାହାରୀ ସମସ୍ତ ଜୁଟିଗଲେ

ନିଜର ସ୍ନେହାର୍ଶିବାଦ ଜଣାଇବାକୁ

ହେଲେ ଲାସ୍ ବା କ’ଣ କରିପାରେ ?


ପୋଲିସ ଆସି ପୋଷ୍ଟମର୍ଟମ ପାଇଁ ନେଇଗଲେ

ଏ ପଟେ ସାହିରେ ପୋଷ୍ଟମର୍ଟମ ଆରଂଭ

ସବୁ ଯାକ ଅନଂତ ଆରଂଭ- ଶେଷ ନାହିଁ

ଏପରି ଶୂନ୍ୟତାକୁ ଜଗିବାରେ ଶୋଷ ବି ନାହିଁ।


ଜନସମୁଦ୍ରରୁ ଆଞ୍ଜୁଳାଏ ପାଣି କିଏ ଜଣେ ଢୋକି ନେଲା

ସେଥିରେ ସମୁଦ୍ରର ସ୍ଵର କ’ଣ ? ସ୍ଵର ମାଧୁର୍ଯ୍ୟ କଣ ?

ଏବେ କଣ ଜନମଂଚ ବା ଲୋକ ଅଦାଲତ ବସୁଛି ?


କଣ ବା କରିବେ ସେମାନେ

ଏ ମହାପ୍ରତାରଣା ଓ ପ୍ରଶଂଚନାର ଉଇକ୍‌ଏଣ୍ଡରେ

ସୋମବାର ଅଭିଯୋଗ ଦିବସ- ସେଠିକି ଆସିପାର

ଯୁବକର ମୃତତ୍ଵ ଓ ଅଭିଯୋଗ ଶୁଣାଣି ମଧ୍ୟରେ

ଅଯଥା ବ୍ୟଂଳବର ଦିଗଂତପ୍ରସାରୀ ସମୁଦ୍ର

ଏଇଥରେ ହିଁ ସେ ବୁଝିଯିବ- ସମସ୍ତେ ବୁଝିଯିବେ ।।



Rate this content
Log in

Similar oriya poem from Abstract