Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ପ୍ରେମ"

"ପ୍ରେମ"

1 min
176


  ଦୁଇଟି ହୃଦୟ ଦୁଇଟି ମନ

‌‌ ଦୁଇଟି ଆତ୍ମାର ମିଳନର ଅନ୍ୟନାମ

   ସେ ଦୁଇଟି ଅକ୍ଷର ପ୍ରେମ ।


   ପ୍ରତିଶ୍ରୁତି ଓ ପ୍ରତାରଣାର

    ଅନ୍ୟ ନାମ ପ୍ରେମ

   ମିଳନ ଓ ବିରହର ଅନ୍ୟ ନାମ ପ୍ରେମ ।


   ଅନ୍ଧାର ଓ ଆଲୋକର 

    ଅନ୍ୟ ନାମ ପ୍ରେମ

   ଚାନ୍ଦ ଓ କଇଁ ର ମିଳନ

    ମୁହୂର୍ତ୍ତ ର ଅନ୍ୟ ନାମ ପ୍ରେମ

  ସୂର୍ଯ୍ୟ ଓ ସୂର୍ଯ୍ୟ ମୁଖୀର ମିଳନର

     ଅନ୍ୟ ନାମ ପ୍ରେମ ।


   ଭାଇ ଭାଇ ର ସମ୍ପର୍କ ର ଅନ୍ୟ ନାମ ପ୍ରେମ

   ବନ୍ଧୁ ବନ୍ଧୁ ର ସମ୍ପର୍କ ଓ

    ମିଳନର ଅନ୍ୟନାମ ପ୍ରେମ

   ସାହି ପଡିଶା ମଧ୍ୟେ 

    ନିବିଡ ସମ୍ପର୍କ ର ଅନ୍ୟ ନାମ ପ୍ରେମ ।


   ଜାତି ଜାତି ଧର୍ମ ଧର୍ମ ମଧ୍ୟେ

     ସୁ ସମ୍ପର୍କର ଅନ୍ୟ ନାମ ପ୍ରେମ

   ମାତାପିତାଙ୍କ ସହ ସନ୍ତାନ ମଧ୍ୟେ ଥିବା

   ସମ୍ପର୍କର ଅନ୍ୟ ନାମ ପ୍ରେମ

   ପ୍ରେମିକ ପ୍ରେମିକା ମଧ୍ୟେ ଥିବା

    ନିବିଡ ସମ୍ପର୍କ ର ଅନ୍ୟ ନାମ ପ୍ରେମ।

 

   ଦେଶ ମାତୃକାର ସେବା ରେ

     ପ୍ରାଣବଳୀ ଦେବାର

    ଅନ୍ୟ ନାମ ପ୍ରେମ

   ଖଟିଖିଆ ମଜୁରିଆ ଶ୍ରମିକ କୃଷକ ଙ୍କୁ

     ଭଲପାଇବା ର ଅନ୍ୟ ନାମ ପ୍ରେମ

   ଶ୍ରେଣୀ ସମାଜର ସ୍ବପ୍ନ ଦେଖିବା

    ମାନବ ଜାତିକୁ ମଣିଷ ପଣିଆ କୁ

     ଭଲ ପାଇବାର ଅନ୍ୟ ନାମ ପ୍ରେମ ।


     


  


Rate this content
Log in

Similar oriya poem from Abstract