ହରର
ହରର
ମୁଁ ଖୋଜିବୁଲେ ଏ ଜୀବନର ସୁରକ୍ଷିତ
ନିରାପଦ ଆଗାମୀ ଦୁନିଆ
ଯେଉଁଠାରେ ପାଇବି ମୁଁ ଭୟହୀନ
ନିର୍ମଳ ନିଷ୍ଠାପର ଶୃଙ୍ଖଳିତ ମନଟିଏ ।
କାହାକୁ ମୁଁ ସମର୍ପିବି ଏ କରୁଣ ଯନ୍ତ୍ରଣା ?
ବର୍ତ୍ତମାନ ସମୟକୁ ,ଅତୀତକୁ ନା ଅପେକ୍ଷାରେ ବସିଥିବା ଆଗାମୀ - କାଲିକୁ ?
ନା ଫୁଟିଥିବା ସୁମନର
କୋମଳ ସ୍ପର୍ଶକୁ ?
ଅବା ନିଃସଙ୍ଗ ଦୁନିଆରେ
ଜୀବନର ଅର୍ଥହୀନ ସମାଜରେ
କୃରତା ନିଷ୍ଠୁରତା ହିଂସା ଦ୍ୱେଷ ଭରା
ଭୟାବହ ତୃଷ୍ଣାର ମୁହୂର୍ତ୍ତକୁ?
ଭଙ୍ଗାରୁଜା ନୀଡ଼ ଦେଖି ପକ୍ଷୀ
ଭୟ ପାଏ ସତ ,
ହେଲେ ଉଡ଼ି ଯାଏନା ସେ ଭିଟାମାଟି
ଛାଡି ।
ନିରେଖି ଦେଖୁଥାଏ ତାର
ବାସ୍ତବ କଳ୍ପନା
ସଜାଡ଼ିବା ପାଇଁ ଭୟହୀନ
ଆଗାମୀ ଦୁନିଆ ।