ସେ ଯେବେ ଥିଲା
ସେ ଯେବେ ଥିଲା
1 min
182
ସେ ସେତେବେଳେ ଥିଲା
ସେହିଁ ହିଁ ସେତେବେଳେ ଥିଲା ।
ସେ ଏବେ ନାହିଁ ।
ତଥାପି ସେ ସେଇଠାରେ ହିଁ
କେବଳ ସ୍ଥାନଚ୍ୟୁତ ହୋଇଛି ମୁଁ ।
ତାର କଳା ଦେଖେ ତା'ର ଗୀତ ଶୁଣେ
ଆଢ଼ୁଆଳରେ ରହି
କେହି ଜାଣି ପାରନ୍ତି ନାହିଁ
ସେ ଆଢ଼ୁଆଳରେ ରହି ଗୀତ ବୋଲେ ବୋଲି
କଳା ମେଘର ଧୂସର ରେଶମୀ ପର୍ଦ୍ଦାଟାଣି
ଦୁଗ୍ଧ ଶ୍ରାବଣର ପୂର୍ଣ୍ଣିମା ଭଳି ।
କିଏ କହେ ସେ କଳାକାର ?
ମୁଁ ଜାଣେ ସେ ଯାଦୁକାର ।
