STORYMIRROR

Pradeep Das

Others

3  

Pradeep Das

Others

ହିରୋ

ହିରୋ

1 min
130

ମୁଁ ହିରୋ 

କାହିଁକି ନା 

ଦୁଃଖର ବୋଝକୁ 

ନିଜ ମଥାରେ ଲଦି

ହସି ହସାଇବା ଶିଖିଛି ବୋଲି ।


ମୁଁ ହିରୋ 

କାହିଁକି ନା

ନିର୍ଦ୍ଦେଶର ଇଙ୍ଗିତରେ

ସମ୍ମୋହନର ବୀଜ ବୁଣି

ଦର୍ଶକଙ୍କୁ ଆପ୍ୟାୟିତ କରିପାରେ ।


ମୁଁ ହିରୋ 

କାହିଁକି ନା

ଅସଜଡା ସମାଜକୁ

ସଜାଡିବାକୁ ପ୍ରୟାସ

ମୋର ମୂଳ ଲକ୍ଷ୍ୟ ବୋଲି

ମୁଁ ନିଜକୁ ଧନ୍ୟ ମନେ କରେ ।


ମୁଁ ହିରୋ

କାହିଁକି ନା

ଅନାଥ ଶିଶୁର ମୁହଁରେ ଟିକିଏ

ହସ ଫୁଟାଇ ତା ପେଟର ଭୋକକୁ

ମେଣ୍ଟାଇବାରେ ମୋର ଖୁସି ଥାଏ ।


ମୁଁ ହିରୋ

କାହିଁକି ନା

ମୁଁ କାନ୍ଦେ କାହିଁକି ଯେ

 ମୁଁ କାନ୍ଦେ ?

ଯେତେବେଳେ ଅସହାୟତାକୁ

ମୁଁ ସହାୟ ହୋଇ ନିଜ ଦୁଃଖକୁ

ଅନ୍ୟ ନିକଟରେ ପ୍ରକାଶି ନଥାଏ ।



Rate this content
Log in