ଯାତ୍ରା
ଯାତ୍ରା
1 min
294
ଜନ୍ମ କାଳେ ଏନ୍ତୁଡ଼ିଶାଳେ
ମା ନିଆଁ ଦେଉଥିଲା ପୋହି
କୁଆଁ କୁଆଁ ହୋଇ କାନ୍ଦି ଉଠୁଥିଲେ
ଗେଲ କରି ମୋତେ ଆଉଁସି ଦେଲେ ସେ
ତା କୋଳେ ପଡ଼ୁଥିଲି ଶୋଇ ।
ମରଣ ପ୍ରାନ୍ତେ ଶ୍ମଶାନ କୋଳେ
ସଖା ସହୋଦର ସଭିଏଁ ଥିବେ
ପୁଅ ଜାଳୁଥିବ ଜୁଇ
ମୁଁ ପଡିଥିବି ଶୋଇ
ସେ ନିଦ ଭାଙ୍ଗିବ ନାହିଁ
ଶେଷ ନିଦ୍ରା ହେବ ସେଇ ।
ହେଜରେ ହେଜ ମାନବ ହେଜ
ସଂସାର ଦୁର୍ଲ୍ଲଭ ନୀତି
ଆଗୁସାର ହୋଇ ସୁକର୍ମ କର
ଛାଡ ପର ନିନ୍ଦା ଅପକିର୍ତ୍ତୀ ।
ଦୁଇ ନିଆଁ ମଧ୍ୟେ ରହିଛି ଜୀବନ
ଏକଟି ଏନ୍ତୁଡି ଆରଟି ଜୁଇ
ପର ଉପକାର କରେ ଯେ ମହୀରେ
ସେ ଚିରକାଳ ଥାଏ ରହି ।
ଜୁଇରେ ଜୁଇ ଭୁଲିବୁ ନାହିଁ
ମୋ ପାଇଁ ଲିଭିବୁ ନାହିଁ
ଅନ୍ତରେ ତୋର ପାଛୋଟି ନେବୁ
ତୋ କୋଳେ ଶୋଇବା ପାଇଁ
ଶାନ୍ତିରେ ଶୋଇବି ମୁହିଁ
ମୋର ମହାଯାତ୍ରା ହେବ ସେଇ ।
