ପର୍ବ ପର୍ବାଣୀ
ପର୍ବ ପର୍ବାଣୀ
ଭୁଲି ହୁଏନାହିଁ ଗାଁ ଦାଣ୍ଡ ଭୂଇଁ
ଦେବା ଦେବୀ ପୀଠ ସାଥୀ
ସଙ୍ଗାତ କଥା
ବାରମାସେ ପୁଣି ତେର ପରବରେ
ମଣ୍ଡା ଯେ କାକରା ଆରିସା ପିଠା ।
ଗିରିଷମ କାଳେ ଗାଁ ତୋଟା ମୂଳେ
ଦକ୍ଷିଣା ପବନ ବହେ
ଥିରି ଥିରି ବାଆ ଦେହରେ ବାଜିଲେ
ଦେହ ଯେ ଶୀତେଇ ଯାଏ ।
ପଣା ସଂକ୍ରାନ୍ତି ରେ ନାଟୁଆ ର ନାଚ
ଚଇତେ ମଙ୍ଗଳା ଘଣ୍ଟ
ସଜ ପଖାଳକୁ ଆମ୍ବ ଚଟଣିଟା
ମନରେ ଆଣେ ଉଚ୍ଚାଟ ।
ନିଦାଘର ଶେଷେ ବରଷା ବରଷେ
ଚାତକ ପାଏ ତା ମୂଲ
ସଜ ପୋଡପିଠା ବିଡିଆ ପାନକୁ
ରଜଦୋଳି ଆଉ ବାଗୁଡ଼ି ଖେଳ ।
ଶରତ ରାତିରେ ପୁନେଇଁ ର ଜହ୍ନ
ପୂରୁବ ଆକାଶେ ଦିଶେ
ଗାଁ ଦାଣ୍ଡ ସବୁ ଶୋଭା ପାଉଥାଏ
କୁଆଁରୀ ମାନଙ୍କ ଗୀତେ ।
ଆସିଥାଏ ପୁଣି ଧନୁ ଯାତରା
ଧନୁମୁଆଁ ସଙ୍ଗେ କ୍ଷୀରି କାକରା
ମକର ବୁଡକୁ ଯାନି ଯାତରା ।
ବସନ୍ତ ଆସିଲେ ପୁଣି ଧରାରେ
କୋଇଲି ଗାଅଇ ପଞ୍ଚମ ସୁରେ
ଆମ୍ବ ବଉଳର ମିଠା ସୁବାସ
ଆଣଇ ମନରେ କେତେ ଉଲ୍ଲାସ ।
ଦୋଳ ଝୁଲଣର ମେଳା ଲାଗିଥାଏ
ରାଧାକୃଷ୍ଣ ମୁର୍ତ୍ତି ଦେଖ ଯୁଗଳ
ନାଲି ନେଳି ରଙ୍ଗେ ସଜାଇ ହୁଅନ୍ତି
ଫଗୁ ରଙ୍ଗେ ସର୍ବେ ହୁଅନ୍ତି ଭୋଳ ।
