STORYMIRROR

Pradeep Das

Abstract Others

3  

Pradeep Das

Abstract Others

ପରିବାର

ପରିବାର

1 min
185


      


ଆଜି ବି ସମୟ କହୁଅଛି କାନେ

  ସେଇ ଅଟେ ପରିବାର

 ସ୍ନେହ ମମତାର ସନ୍ତକ ଦୀପାଳୀ

  ଜଳେ ଯହିଁ ନିରନ୍ତର ।

ଗୁରୁଜନେ ଭକ୍ତି ଲଘୁଜନେ ସ୍ନେହ

ବନ୍ଧୁ ପରିଜନେ ଆତ୍ମୀୟ ସ୍ୱଜନେ

   ରହିଥାଏ ସଦାଚାର

   ସେଇ ଅଟେ ପରିବାର ।

କରନ୍ତି ଅର୍ପିତ ଭକ୍ତି ରସାମୃତ

   କୁସୁମ କୋଳି କରେ

ଦିଅନ୍ତି ଆଶିଷ ଗୁରୁଜନେ ସଦା

  ଅନ୍ତରୁ ଶରଦ୍ଦା ଭରେ ।

ଗାଁ କଳିଗୋଳ ଭାଇଙ୍କ ଅମେଳ

   ବିଭେଦ ନଥାଏ ଯହିଁ

 ଶାନ୍ତି ମୈତ୍ରୀର ସେନେହ ସନ୍ତକ

   କେତନ ଉଡ଼ି ତହିଁ

ସକଳ ବିଷାଦ ଅଟେ ପରିତ୍ୟକ୍ତ

  ମିଥ୍ୟା ଦୋଷ ଅନାଚାର

ସଦା ଯେ ନିର୍ମଳ ପୁଣ୍ୟ ଗଙ୍ଗାଜଳ

   ପ୍ରେମ ମମତାର କୋଳ

  ଏହି ଦେଶ ମୋ ପରିବାର ।

ଜାତି ଧର୍ମ ବର୍ଣ୍ଣ ସର୍ବେ ଏକାକାର

  ମୋ ମାଆର ପଣତ ତଳ

    ଅଛି ଯହିଁ ନିରନ୍ତର

   ସେଇ ଅଟେ ପରିବାର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract