ହେମନ୍ତ
ହେମନ୍ତ
1 min
160
ହେମାଙ୍ଗୀ କନକ ଗୋରୀ
ଆସେ ଯେବେ ଥିରି ଥିରି
ଆଦ୍ର-ବାସେ ପଲ୍ଲୀବଧୂ
ମନ ମଜାଇ
କୁମାରୀ କୁଳ ହକାରି
ବୃନ୍ଦାବତୀ ତୁଲେ ଘେରି
ବିବିଧ ଚିତ୍ରରେ ଦିଅନ୍ତି
ପୀଠ ସଜାଇ ।
ଭାବି ଶୁଭ ମାନସରେ
ସାନ୍ଧ୍ୟବତୀ ଧରି କରେ
ସୀମନ୍ତିନୀ କରୁଥାଏ
ପଦେ ପ୍ରଣତୀ ।
ଶିବ ଆରେ ଘଣ୍ଟ ନାଦ
ନବ ନୀତିରେ ପ୍ରସାଦ
ବିତରଣେ କୁମାରୀରେ
ଲଭି ସମ୍ମତି
କୁମାର ପୂଜା ବିରଚି
ହେ ଅଦୃଶ୍ୟ କଳାକାର
କରାଅ ଲୁଚି ।
