STORYMIRROR

Pradeep Das

Abstract Others

4  

Pradeep Das

Abstract Others

ବନ୍ଧୁ

ବନ୍ଧୁ

1 min
399


ବନ୍ଧୁ ସିନା ବୁଝେ ବନ୍ଧୁର ମହତ୍ତ୍ଵ

   ଧନୀ ଦରିଦ୍ରତା ବିନା

ରାଜ ସିଂହାସନ ଗର୍ବ ଅହମିକା

  ତା ସମ୍ମୁଖରେ ବିଡମ୍ବନା ।

ବନ୍ଧୁ ଭରିଥାଏ ଶିଥିଳ ହୃଦୟେ

   ଉଷ୍ମତା ର ପରିଭାଷା

ପ୍ରେମ ମୈତ୍ରୀ ର ସେତୁ ବାନ୍ଧିଦିଏ

  ହୋଇ ସମ ଏକ ନିଷ୍ଠା ।

  ଫୁଲର ମହକ କେବେ

   ନୁହେଁ ଅନାଦର

ବୁଦ୍ଧିଜୀବୀ ଜ୍ଞାନଶୀଳ ବ୍ୟକ୍ତି

ବୁଝିପାରେ ବନ୍ଧୁର ମହତ୍ତ୍ଵ ।

  ବନ୍ଧୁ ଦେଖେ ନାହିଁ 

   ରାଜା କି ପରଜା

 ଉଚ୍ଚ ନିଚ୍ଚ ବ୍ୟବଧାନ 

ବନ୍ଧୁ ଖୋଜିଥାଏ ହୃଦୟ ମଧ୍ୟରେ

  ନିଷ୍କପଟ ଏକ ମନ 

ଶୁଣିଛୁ ପୁରାଣେ ଆସିଥିଲେ ହରି

  ନିଜ ସିଂହାସନ ଛାଡି

  ବନ୍ଧୁ ସୁଦାମା ଙ୍କ ପାଇଁ

ପଦ ପଖାଳିଣ ଦେଲେଟି ଆସନ

 ତୋଷିଥିଲେ ତାଙ୍କ ମନ ।

ଶ୍ରୀ ରଘୁନନ୍ଦନ କଲେ ଆଲିଙ୍ଗନ

    ଭାଗିରଥୀ ତୀରେ

  ହେଲା ଗୁହକ ମିଳନ

ବାନ୍ଧିଲେ ବନ୍ଧୁତା ସୁଗ୍ରୀବ ଙ୍କ ସଙ୍ଗେ

  ସଖା ହେଲେ ବିଭୀଷଣ 

ଜାତି ପ୍ରିତୀ ପ୍ରଥା ସବୁ ଏଠି ତୁଚ୍ଛା

  ନାହିଁ ମାନ ଅଭିମାନ ।

ବନ୍ଧୁତ୍ୱ କାହାକୁ ବୁଝାଏ ସୁଜନେ

  ବନ୍ଧୁର ଆଖିରେ ଯିଏ

  ଦେଖି ନପାରଇ ଲୁହ

ସୁଖେ ଦୁଖେ ଯିଏ ରଖେ ମାନବତା

  ସେହିପରି ବନ୍ଧୁ ହୁଅ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract